Home >
ସିକିମରେ ଲାଗୁ ହେଲା ‘ଏକ ପରିବାର-ଏକ ନୈାକରୀ’ ଯୋଜନା, ପରିବାରର ଜଣକୁ ମିଳିବ ସରକାରୀ ଚାକିରୀ
Khabar Odisha:national-odisha-development-sikkim-one-family-one-job-scheme-launched
ସିକିମ, ଜାନୁଆରୀ ୧୩ (ଖବର ଓଡିଶା):

ସିକିମ ମୁଖ୍ୟମନ୍ତ୍ରୀ ପୱନ କୁମାର ଚମଲିଙ୍ଗ ଶନିବାର ‘ଏକ ପରିବାର-ଏକ ନୈାକରୀ’ ଯୋଜନା ଲାଗୁ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯିବ । ଚମଲିଙ୍ଗ ପୂର୍ବ ବର୍ଷ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନରେ ଏହି ଯୋଜନାର ଘୋଷଣା କରିଥିଲେ।

ଚମଲିଙ୍ଗଙ୍କ କହିବାନୁସାରେ ଏପରି ଯୋଜନା ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେଉଛି ସିକିମ । ସେ ଶନିବାର ପାଲଜୋର ଷ୍ଟାଡିୟମରେ ଆୟୋଜିତ ରୋଜଗାର ମେଳାରେ ୧୨ହଜାରରୁ ଅଧିକ ବେରୋଜଗାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ନିଯୁକ୍ତି ପତ୍ର ସେହି ଯୁବକଙ୍କୁ ଦିଆଯାଇଛି ଯେଉଁ ପରିବାର ମଧ୍ୟରେ ଏବେ ଯାଏଁ କେହି ହେଲେ  ସରକାରୀ ଚାକିରୀ କରିନାହାନ୍ତି । ଏକ ପରିବାର-ଏକ ନୈାକରୀ  ଯୋଜନା ଉପଲବ୍ଧ କରିବା ଦାୟିତ୍ୱ ଶ୍ରମ ବିଭାଗକୁ ଦିଆଯାଇଥିଲା । ଚମଲିଙ୍ଗ ରୋଜଗାର ମେଳାରେ ରାଜ୍ୟର ୨୫୦୦୦ ଅନିୟମିତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ୨୦୧୯ର ଶେଷରେ ବରିଷ୍ଠତା ମୁତାବକ ସ୍ଥାୟୀ କରିବା ପାଇଁ ଘୋଷଣା କରାଯାଇଥିଲା ।  

Subscribe

National International State Sports Entertainment