Home >
ଭଦ୍ରାଙ୍କୁ ଇଡିର ଜେରା ଆରମ୍ଭ, କାର୍ଯ୍ୟାଳୟ ବାହାରେ ସମର୍ଥକଙ୍କ ନାରାବାଜି
Khabar Odisha:national-odisha-bikaner-land-scam-ed-will-question-robert-vadra-today-prepared-list-of-questions
ଜୟପୁର, ଫେବୃଆରୀ ୧୨ (ଖବର ଓଡିଶା) :

 ରର୍ବଟ ଭଦ୍ରାଙ୍କ ପାଇଁ ମୁସ୍କିଲ କମ୍ ହେବାର ନାମ ନେଉ ନାହିଁ । ୬ଦିନ ଧରି ଇଡି ତାଙ୍କୁ ଜେରା କରୁଛି । ତେବେ ତାଙ୍କୁ ବୀକାନେରର କୋଲାୟତ ଜମି ସୌଦାକୁ ନେଇ ଆଜି ଇଡିର ଏକ ଟିମ ପଚରାଉଚୁରା କରୁଛି । ସେଥିପାଇଁ ସେ ଆଜି ତାଙ୍କ ମା ମୌରୀନ ଭଦ୍ରାଙ୍କ ସହ ଇଡି କାର୍ଯ୍ୟାଳୟରେ ପହଂଚିଛନ୍ତି । ତାଙ୍କୁ ସେଠାରେ ଛାଡିବା ପାଇଁ ପ୍ରୟଙ୍କା ଗାନ୍ଧୀ ମଧ୍ୟ ଆସିଥିଲେ । ଏହି ସମୟରେ ଲୋକମାନେ ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ ଏବଂ ଚୌକିଦାର ଚୋର ବୋଲି ନାରା ଦେଇଥିଲେ । ପଚରାଉଚୁରା ପୂର୍ବରୁ ଇଡି କାର୍ଯ୍ୟାଳୟ ବାହାରେ ରାହୁଲ, ପ୍ରିୟଙ୍କା ଏବଂ ଭଦ୍ରାଙ୍କ ପୋଷ୍ଟର ଲାଗିଥିଲା । ଏଥିରେ ଲେଖାଥିଲା କି, କଟ୍ଟର ସୋଚ ନେହିଁ ଯୁବା ଜୋଶ । ଜନ ଜନକି ହୈ ୟହି ଫୁକାର, ରାହୁଲ ଜି ପ୍ରିୟଙ୍କା ଜି ଅବକି ବାର । 

ସୂଚନା ମୁତାବକ, ଭଦ୍ରାଙ୍କୁ ପଚରାଉଚୁରା କରିବା ପାଇଁ ଇଡି ୫୦ଟି ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ତାଙ୍କୁ ଜେରା କରିବା ପାଇଁ ଦିଲ୍ଲୀର ଏକ ଟିମ ମଧ୍ୟ ଆସି ପହଂଚିଛନ୍ତି । ତେବେ ରାଜସ୍ଥାନ ହାଇକୋର୍ଟ ଭଦ୍ରାଙ୍କୁ ଇଡି ନିକଟରେ ଉପସ୍ଥିତ ହେବା ପାଇଁ ଆଦେଶ ଦେଇଥିବା ବେଳେ ତାଙ୍କର ଗିରଫଦାରୀକୁ ରୋକିଛନ୍ତି । ବିଜେପି ସରକାର ୨୦୧୫ ଜାନୁଆରୀରେ ନୀକିନେରରେ ମହାଜନ ଫିଲ୍ଡ ଫାୟାରିଙ୍ଗ ରେଞ୍ଜର ବିସ୍ଥାପିତ ୩୬୦ ହେକ୍ଟର ଜମି ସୌଦାର ଜମି ହସ୍ତାନ୍ତରଣକୁ ରଦ୍ଦ କରିଥିଲା । ଏହି ଜମିକୁ ପରେ ନକଲି ନାମ ଦିଆଯାଇଥିଲା । ତେବେ ଏହା ପରେ ଇଡି ଭଦ୍ରାଙ୍କ କମ୍ପାନୀ ନାମରେ ମକୋଦ୍ଦମା ରୁଜୁ କରିଥିଲା । ସେଥିରେ ଭଦ୍ରାଙ୍କର ନାମ ନଥିଲା କିନ୍ତୁ ତାଙ୍କ କମ୍ପାନୀର ନାମ ଥିଲା । 

ଏହି ଜମି ଘୋଟାଲା ମହାଜନ ଫିଲ୍ଡ ଫାୟାରିଙ୍ଗ ରେଞ୍ଜର ବିସ୍ଥାପିତ ନାମରେ ହୋଇଥିବା ନକଲି ଆବଂଟନ ସହ ଜଡିତ । ଏହି ଜମିର ନକଲି କାଗଜପତ୍ର ତିଆରି କରି କୃଷକ ନଥିବା ଲୋକଙ୍କ ନାମରେ ଆବଂଟନ କରାଯାଇଛି । ଏହା ପରେ ଜମି ବିକ୍ରୀ ଆରମ୍ଭ ହୋଇ ଯାଇଥିଲା । ରର୍ବଟ ଭଦ୍ରାଙ୍କ କମ୍ପାନୀ ମଧ୍ୟ ଏଠାକାର ୭୪.୮୫ ହେକ୍ଟର ଜମି କିଣିଥିଲା ଏବଂ ଏହାକୁ ଅଧିକ ଦାମରେ ବିକ୍ରୀ କରିଥିଲା । କୋର୍ଟରେ ଚାର୍ଜସିଟି ଦାଖଲ କରିବା ପରେ ଇଡି ୨୦୧୫ ସେପ୍ଟେମ୍ବରରେ ଏହି ମାମଲାରେ ଯାଂଚ ଆରମ୍ଭ କରିଥିଲା । ୨୦୧୬ ମଇରେ ଏହି ମାମଲାକୁ ନେଇ ଗିରଫଦାରୀ ହୋଇଥିଲା । ଏହା ପରେ ଇଡି ଭଦ୍ରାଙ୍କ କମ୍ପାନୀ ବିରୋଧରେ ନୋଟିସ ଜାରୀ କରିଥିଲା । ଫଳରେ ଭଦ୍ରାଙ୍କ କମ୍ପାନୀଙ୍କୁ କୋର୍ଟରୁ କୌଣସୀ ଆଶ୍ୱସନା ନମିଳିବା ଫଳରେ ତାଙ୍କୁ ଇଡି ସମ୍ମୁଖରେ ଉପସ୍ଥିତ ହେବାକୁ ପଡିଲା । 

Subscribe

National International State Sports Entertainment