Home >
୧୧ ଅଫିସର, ୫୫ ପ୍ରଶ୍ନ: ଆଜି ଘାଇଲା ହେବେ ରୋବର୍ଟ ଭଦ୍ରା !
Khabar Odisha:national-odisha-Robert-Vadra-Mother-to-be-Questioned-by-ED
ଜୟପୁର, ଫେବ୍ରୁଆରୀ୧୨(ଖବର ଓଡିଶା)

ଗୋଟିଏ ପଟେ ପ୍ରିୟଙ୍କା ଗାନ୍ଧି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି, ଅନ୍ୟ ପଟେ ରୋବର୍ଟ ଭଦ୍ରା ଉପରେ ଶନି ଦଶା ପଡିଛି । ରୋବର୍ଡ ଭଦ୍ରାଙ୍କ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବଢିବାରେ ଲାଗିଛି । ଟଙ୍କା ହେରଫେର ମାମଲାରେ ଚାଲିଥିବା ପଚରାଉଚରା ପାଇଁ ରୋବର୍ଟ ଭଦ୍ରା ଖବରରେ ରହିଆସୁଛନ୍ତି । 

ମଙ୍ଗଳବାରଠାରୁ ରୋବର୍ଟ ଭଦ୍ରାଙ୍କୁ ଜେରା କରୁଛି ଇଡି । କିନ୍ତୁ ଏଥର ରୋବର୍ଟ ଭଦ୍ରାଙ୍କୁ ଜେରା କରିବାର କାରଣ ଟଙ୍କା ହେରଫେର ମାମଲା ନୁହେଁ  ବରଂ ବିକାନେର ଲ୍ୟାଣ୍ଡ ଡିଲ । ଏହି ଜେରା ଜୟପୁରରେ ହେଉଛି । ଖବର ମିଳିଛି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୋବର୍ଟ ଭଦ୍ରାଙ୍କ ମାଆ ମୋରିନ ଭଦ୍ରାଙ୍କୁ ମଧ୍ୟ ଜେରା କରିପାରେ । 

ରୋବର୍ଟ ଭଦ୍ରା ଏବଂ ତାଙ୍କ ମାଆ ମୋରିନଙ୍କୁ ୧୧ ଜଣ ଅଧିକାରୀ ଜେରା କରିବେ । ପଚରାଉଚରା ପାଇଁ ଅଧିକାରୀମାନେ ୫୫ଟି ପ୍ରଶ୍ନର ସୂଚୀ ପ୍ରସ୍ତୁତ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ପ୍ରଶ୍ନ ମଧ୍ୟରେ ରୋବର୍ଟଙ୍କ କମ୍ପାନୀ ସ୍କାଇ ଲାଇଟ ହସ୍ପିଟାଲିଟୀ ପ୍ରାଇଭେଟ ଲିମିଟେଡ ମାଧ୍ୟମରେ  ହୋଇଥିବା ଜାଗାର କିଣାବିକାରେ ଟଙ୍କା କାରବାର ମୁଖ୍ୟ ପ୍ରସଙ୍ଗ ରହିବ । 

ଇଡିର ଚଢାଉରେ ମିଳିଥିବା ତଥ୍ୟରେ ଜଣାପଡିଥିଲା ଯେ ଯେଉଁ ମହେଶ ନାଗର ମାଧ୍ୟମରେ ଏହି କମ୍ପାନୀର ଜାଗା ବିକାନେରରେ କିଣା ଯାଇଥିଲା । ସେହି ଜାଗାଟି ମହେଶ ନାଗରଙ୍କ ଡ୍ରାଇଭର ଅଶୋକ କୁମାରଙ୍କ ପାୱର ଅଫ ଅଟର୍ନୀରେ କିଣାଯାଇଥିଲା ।ଡ୍ରାଇଭର ନାଁରେ ପାୱର ଅଫ ଅଟର୍ନୀ କରି ଜାଗା କାହିଁକି କିଣାଯାଇଛି । ଗୋଟିଏ ଡ୍ରାଇଭର ପାଖରେ ଏତେ ଟଙ୍କା କେଉଁଠାକୁ ଆସିଲା ବୋଲି ଇଡି ତାର ପ୍ରଶ୍ନରେ ପଚାରିପାରେ ।   

୨୦୧୨ ମସିହାରେ ଯେବେ ସ୍କାଇଲାଇଟ ହସ୍ପିଟାଲିଟୀରୁ ଫିନଲିଜ ପ୍ରାଇଭେଟ ଲିମିଟେଡକୁ ବିକ୍ରି କରାଯାଇଥିଲା ସେହି କମ୍ପାନୀ ବିଷୟରେ ଜାଣିଥିଲେ କି ନାହିଁ ବୋଲି ଏହି ଜେରାରେ ରୋବର୍ଡ ଭଦ୍ରାଙ୍କୁ ଇଡି ପଚାରିପାରେ । 

Subscribe

National International State Sports Entertainment