Home >
ଭାରତୀୟ ସେନାର ବଢିବ ଶକ୍ତି, ୭୨ ହଜାର ଅସଲ୍ଟ ରାଇଫଲ କିଣିବେ ଭାରତ ସରକାର
Khabar Odisha:national-odisha-India-Is-Buying-72400-Assault-Rifles-from-usa
ନୂଆଦିଲ୍ଲୀ,ଫେବ୍ରୁଆରୀ୧୨(ଖବର ଓଡିଶା)

ସ୍ଥଳସେନାଙ୍କୁ ଆହୁରୀ ମଜବୁଦ କରିବା ପାଇଁ ଭାରତ ସରକାର ଆମେରିକା ସହ ୭୨,୪୦୦ ଅସଲ୍ଟ ରାଇଫଲ କିଣିବା ପାଇଁ ଚୁକ୍ତି କରିଛନ୍ତି । ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାର ଭାରତୀୟ ସେନା ପାଇଁ ଫାଷ୍ଟ ଟ୍ରାକ ପ୍ରକ୍ରିୟା ଅନୁସାରେ ୭୨,୪୦୦  ସିଙ୍ଗ ସୋର ଅସଲ୍ଟ ରାଇଫଲ କିଣିବା ପାଇଁ ଏମଓୟୁରେ ହସ୍ତାକ୍ଷର କରିଛନ୍ତି । ଏବେ ଏହି ରାଇଫଲ ଭାରତୀୟ ସେନାର ଅଂଶ ହେବ । ଏଥିପାଇଁ ସରକାର ପ୍ରାୟ  ୭୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । 

ସୂନାଯୋଗ୍ୟ ଯେ ମୋଦୀ ସରକାର ସେନାକୁ ଆଧୁନିକ କରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି । ଏହି ପରିପେକ୍ଷରେ ଆମେରାକୁରୁ ୭୨,୪୦୦ ଅସାଲ୍ଟ ରାଇଫଲ କିଣିବାକୁ ଯୋଜନା କରିଥିଲା । ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକାରୁ ସିଂହ ସାୟର ରାଇଫଲ କଣିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଚିନ, ପାକିସ୍ତାନ ସୀମାରେ ଥିବା ଜବାନମାନେ ଏହି ରାଇଫଲର ବ୍ୟବହାର କରିବେ । ଆମେରିକାର ସୈନ୍ୟମାନଙ୍କ ସହ ୟୁରୋପୀୟ ଦେଶ ଗୁଡିକ ମଧ୍ୟ ଏହି ରାଇଫଲର ବ୍ୟବହାର କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ତ୍ୱରିତ ପ୍ରକ୍ରିୟାରେ ଏହି ରାଇଫଲ କିଣାଯାଉଛି । ଚୁକ୍ତିରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗୋଟିଏ ସପ୍ତାହ ମଧ୍ୟରେ ଅନୁବନ୍ଧ ହୋଇପାରେ । 

ଆମେରିକାର କମ୍ପାନୀ ଚୁକ୍ତି ତାରିଖର ଗୋଟିଏ ବର୍ଷ ମଧ୍ୟରେ ରାଇଫଲକୁ ପଠାଇବାକୁ ପଡିବ । ରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଆମେରିକୀୟ ରାଇଫଲ ଇନସାସ ରାଇଫଲର ସ୍ଥାନ ନେବ । ଦୁନିଆର ସବୁଠାରୁ ବଡ ସ୍ଥଳସେନା ପାକିସ୍ଥାନ-ଚୀନକୁ ଲାଗିଥିବା ସୀମା ସମେତ ଅନ୍ୟ ସ୍ଥାନରେ ସୁରକ୍ଷା ପାଇଁ ବନ୍ଧୁକ ଗୁଡିକ କିଣାକୁ ତ୍ୱରିତ ପ୍ରଣାଳିରେ କିଣିବାକୁ ଜୋର ଦିଆଯାଉଛି । ଅକ୍ଟୋବର ୨୦୧୭ରେ ସେନା ୭ ଲକ୍ଷ ରାଇଫଲ, ୪୪ ହଜାର ମଶିନ ଗନ ଏବଂ ୪୪,୬୦୦ କାର୍ବାଇନ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା ।

Subscribe

National International State Sports Entertainment