Home >
ଆଶ୍ଚର୍ଯ୍ୟ ଜନକ ସଂଖ୍ୟା, ଦିଲ୍ଲୀରେ ପ୍ରତି ବର୍ଷ ହେଉଛି ୫୦ ହଜାର ଗର୍ଭପାତ
Khabar Odisha:national-odisha-50-Thousand-Abortions-Every-Year-In-Delhi
ନୂଆଦିଲ୍ଲୀ, ଫେବ୍ରୁଆରୀ୧୧(ଖବର ଓଡିଶା)

ଦେଶର ରାଜଧାନୀ ଦିଲ୍ଲୀରେ ଗତ ପାଞ୍ଚ ବର୍ଷ ମଧ୍ୟରେ  ପ୍ରତିବର୍ଷ ହାରାହାରି ୫୦ ହଜାର ଗର୍ଭପାତ ହେଉଥିବା ଆଶ୍ଚର୍ଯ୍ୟ ଜନିତ ସଂଖ୍ୟା ସାମ୍ନାକୁ ଆସିଛି । ଏହା ସହ ଭଲ ସ୍ୱାସ୍ଥ୍ୟ ସେବାର ସୁବିଧା ଥିବା ପ୍ରଚାର କରୁଥିବା ଦିଲ୍ଲୀରେ ପ୍ରସବ ସମୟରେ ମାତୃ ମୃତ୍ୟୁ ହାର ଲଗାତାର ବଢିବାରେ ଲାଗିଛି । 

ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ଅନୁସାରେ ଦିଲ୍ଲୀରେ ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ସରକାରୀ ଏବଂ ଘରୋଇ ସେଣ୍ଟର ଗୁଡିକରେ ପ୍ରାୟ ୨,୪୮,୬୦୮ ଗର୍ଭପାତ ହୋଇଛି । ଏହିରୁ ସରକାରୀ କେନ୍ଦ୍ରରେ କରାଯାଇଥିବା ଗର୍ଭପାତର ସଂଖ୍ୟା ୧,୪୪,୮୬୪ ଏବଂ ପ୍ରାଇଭେଟ ସେଣ୍ଟରରେ ଏହି ସଂଖ୍ୟା ୧,୦୩,୭୪୪ । ଦିଲ୍ଲୀରେ ପ୍ରତି  ବର୍ଷ ହାରାହାରି ୪୯,୭୨୧ ଗର୍ଭପାତ ହେଉଛି । 

ସୂଚନା ଅଧିକାର କର୍ମୀ ରାଜହଂସ ବଂଶଳ ଦିଲ୍ଲୀ ସରକାରଙ୍କ ପରିବାର କଲ୍ୟାଣ ନିର୍ଦେଶାଳୟରୁ ଏ ସମ୍ପର୍କରେ ତଥ୍ୟ ମାଗିଥିଲେ । ଆରଟିଆଇରୁ ମିଳିଥିବା ସୂଚନା ଅନୁସାରେ ଗର୍ଭପାତ ସମୟରେ ପାଞ୍ଚ ବର୍ଷ ମଧ୍ୟରେ ୪୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏହି ପାଞ୍ଚ ବର୍ଷ ମଧ୍ୟରେ ପ୍ରସବ ସମୟରେ ୨,୩୦୫ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ସରକାରୀ ହସ୍ପିଟାଲରେ ୨,୧୮୬ ଜଣ ଏବଂ ୧୧୯ ଜଣଙ୍କ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ମିଳିଥିବା ସଂଖ୍ୟାନ ଅନୁସାରେ ପ୍ରସବ ସମୟରେ ମାତୃ ମୃତ୍ୟୁ ହାର ବର୍ଷକୁ ବର୍ଷ ବଢିବାରେ ଲାଗିଛି ।

Subscribe

National International State Sports Entertainment