Home >
ସାରଦା ଚିଟଫଣ୍ଡ: ପି.ଚିଦମ୍ବରମଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କଲା ସିବିଆଇ
Khabar Odisha:national-news-odisha-sarada-chit-fund-case
ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡିଶା)

ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପତ୍ନୀ ନଳିନୀ ଚିଦମ୍ବରମଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କଲା ସିବିଆଇ । ସିବିଆଇ କହିଛି ଯେ ଚିଟଫଣ୍ଡ ଘୋଟାଲାରେ ଜଡିତ ଥିବା ସରଦା ଗ୍ରୁପର କମ୍ପାନୀଠାରୁ ୧.୪ କୋଟି ଟଙ୍କା ନଳିନୀ ଚିଦାମ୍ବରମ ନେଇଛନ୍ତି । ସିବିଆଇ ପ୍ରବକ୍ତା ଅଭିଶେକ ଦୟାଳ କହିଛନ୍ତି ଯେ ଚିଦମ୍ବରମଙ୍କ ପତ୍ନୀ ଟଙ୍କା ହେରଫେର କରିବା ଉଦ୍ଦେଶ୍ୟରେ ସାରଦା ଗ୍ରୁପର ମାଲିକ ସୁଦୀପ୍ତ ସେନଙ୍କ ସହ ଅନ୍ୟ ଆରୋପୀ ମାନଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିଲେ । 

ସିବିଆଇ ଅଭିଯୋଗ କରିଛି ଯେ ପୂର୍ବ କେନ୍ଦ୍ର ମନ୍ତ୍ରୀ ମତଙ୍ଗ ସିଂଙ୍କ ଠାରୁ ଅଲଗା ରହୁଥିବା ତାଙ୍କ ପତ୍ନୀ ସନୋରଞ୍ଜନା ସିଂହ ସୁଦୀପ୍ତଙ୍କ ପରିଚୟ ନଳିନୀ ଚିଦାମ୍ବରଙ୍କ ସହ କରିଥିଲେ । ସେବି,ଆରଓସୀ ପରି ବିଭିନ୍ନ ତଦନ୍ତକାରୀ ସଂସ୍ଥାର ତଦନ୍ତରେ ବାଧା ସୃଷ୍ଟି କରିବା ପାଇଁ ତାଙ୍କ ସହ ସାକ୍ଷାତ କରିଥିଲେ । ଏଥିପାଇଁ ବର୍ଷ ୨୦୧୦-୧୨ମଧ୍ୟରେ ୧.୪କୋଟି ଟଙ୍କା ମିଳିଛି । 

ସେ କହିଛନ୍ତି ଯେ କୋଲକାତାର ବିଶେଷ ଅଦାଲତରେ ଆରୋପ ପତ୍ର ଦାଖଲ କରାଯାଇଛି । ସାରଦା ଗ୍ରୁପ ଆକର୍ଷଣୀୟ ସୁଧର ଲାଞ୍ଚ ଦେଖାଇ ଲୋକଙ୍କଠାରୁ ୨,୫୦୦ କୋଟିରୁ ଅଧିକ ଟଙ୍କା ନେଇଛି କିନ୍ତୁ ଏହି ଟଙ୍କାକୁ ଆଉ ଫେରସ୍ତ କରିନି । ଗ୍ରୁପର ମୁଖ୍ୟ ସୁଦୀପ୍ତ ସେନ ଟଙ୍କା ଫେରସ୍ତ ନକରିପାରିବାରୁ ୨୦୧୩  ପରଠାରୁ ତାଙ୍କ କମ୍ପାନୀର କାରବାରକୁ ବନ୍ଦ କରିଦିଆଯାଇଛି । ୨୦୧୪ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ତଦନ୍ତଭାର ସିବିଆଇକୁ ଦେଇଥିଲେ ।

Subscribe

National International State Sports Entertainment