Home >
ତାମିଲନାଡୁ ଜନତାଙ୍କ ପାଇଁ ଯେଉଁ ଦଳ କାମ କରିବ ସେହି ଦଳ ସହ ମେଣ୍ଟ କରିବୁ:ପଲାନୀସ୍ୱାମୀ
Khabar Odisha:national-news-odisha-palaniswami-nda-alliance
ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡିଶା)

ସାରା ଦେଶରେ ଦେଖାଦେଲାନି ରାଜନୈତିକ ଉଷ୍ଣତା । ସବୁ ରାଜନୈତିକ ଦଳମାନେ ମେଣ୍ଟ କରିବାରେ ବ୍ୟସ୍ତ ଥିବା ବେଳେ ଶୁକ୍ରବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀ ଲୋକସଭା ନିର୍ବାଚନରେ ମେଣ୍ଟ ନେଇ ମୁହଁ ଖୋଲିଛନ୍ତି । ପଲାନୀସ୍ୱାମୀ କହିଛନ୍ତି ଯେ ଯେଉଁ ରାଷ୍ଟ୍ରୀୟ ଦଳ ତାମିଲନାଡୁ ଲୋକଙ୍କ ପାଇଁ କାମ କରିବ ସେହି ଦଳ ସହ ଆମେ ମେଣ୍ଟ କରିବୁ । 

ତାମିଲନାଡୁରେ କ୍ଷମତାରେ ଥିବା ଏଆଇଏଡିଏମକେ ପକ୍ଷରୁ ଏହି ମନ୍ତବ୍ୟ ମୋଦୀଙ୍କ ଗତକାଲି ଦେଇଥିବା ମନ୍ତବ୍ୟ ପରେ ଆସିଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଜେପି ସହ ମେଣ୍ଟ କରିବାକୁ ପାଇଁ ଖୋଲା ରହିଛି । ଏନଡିଏର ମେଣ୍ଟକୁ ଦୃଢ କରିବା ପୁରଣା ସହଯୋଗୀ ମାନଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲେ । ଲୋକସଭା ପୂର୍ବରୁ ତାମିଲନାଡୁରେ ଏନଡିଏକୁ ଦୃଢ କରିବା ଲକ୍ଷ୍ୟରେ ରହିଛି ବିଜେପି ।

ସ୍ୱର୍ଗତ ଜୟଳଲିତାଙ୍କ ନେତ୍ୱତରେ ଏଆଇଏଡିଏମକେ ବିଜେପି ସହ ମେଣ୍ଟ କରି ୨୦୧୪ ନିର୍ବାଚନ ବୈତରଣୀକୁ ଓହ୍ଲାଇଥିଲା । କିନ୍ତୁ ସେହି ନିର୍ବାଚନରେ କଂଗ୍ରେସ ଓ ଡିଏମକେ ଅଧିକ ସିଟ ହାସଲ କରିବେର ସକ୍ଷମ ହୋଇଥିଲେ । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଏଆଇଏଡିଏମକେ ଏନଡିଏର ପୁରୁଣା ସହଯୋଗୀ । ଏହି ସମୟରେ ପଲାନୀସ୍ୱାମୀଙ୍କ ମନ୍ତବ୍ୟ ମେଣ୍ଟ ପାଇଁ ସମ୍ଭାବନାର ରାସ୍ତା ଖୋଲିଦେଇଛି । 

Subscribe

National International State Sports Entertainment