Home >
ପିଏମଓ ପାଖରେ ନାହିଁ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଆରଟିଆଇରୁ ଫିଟିଲା ଗୁମର
Khabar Odisha:national-news-odisha-lal-bahadur-postmertem-report-missing
ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡିଶା)

ସରଳତାର ପ୍ରତିମୂର୍ତ୍ତି ଏବଂ କାଶୀର ଲାଲ ଭାବେ ପରିଚିତ ଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଭାରତ ସରକାରଙ୍କ ପାଖରେ ନାହିଁ । ଗୋଟିଏ ଆରଟିଆଇ ଆବେଦନରେ ଏପରି ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି । ଚନ୍ଦୋଳୀ ଜିଲ୍ଲାର ସନ୍ତୋଷ କୁମାର ପାଠକ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ କେମିତି ହୋଇଥଲା ତାର କାରଣ ଜାଣିବା ପାଇଁ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମାଗିଥିଲେ । ପାଠକଙ୍କ ଆବେଦନର ଜବାବ ଦେଇ ଏପରି ଏକ ତଥ୍ୟ ପିଏମୋଓ ଦେଇଛି । 

ସୂଚନାଯୋଗ୍ୟ ଯେ ପାକିସ୍ତାନରେ ୧୯୬୫ ମସିହାରେ ଯୁଦ୍ଧ ପରେ ଋଷର ମଧ୍ୟସ୍ଥତାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରାଜିନାମା ପାଇଁ ପ୍ରସ୍ତୁତ ହୋଇଥିଲେ । ରାଜିନାମା ପରେ ସେହି ରାତିରେ ହିଁ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯେଉଁ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ସେହି ରାତିରେ ସେ ଖାଇବ ପର୍ଯ୍ୟନ୍ତ ସୁସ୍ଥ ଥିଲେ । ଏହାପରେ  ହଠାତ ତାଙ୍କର ମୃତ୍ୟୁ ହେବାର କାରଣ ଥିଲା ଜଣିବା ପାଇଁ ପାଠକ ଆରଟିଆଇରେ ଆବେଦନ କରିଥିଲେ । 

Subscribe

National International State Sports Entertainment