Home >
ଚାର ଧାମ ସଡକ ପରିଯୋଜନାକୁ ସୁପ୍ରମକୋର୍ଟଙ୍କ ମଞ୍ଜୁରୀ
Khabar Odisha:national-news-odisha-char-dham-yojana
ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡିଶା)

ଉତ୍ତରାଖଣ୍ଡରେ ଚାରି ଧାମକୁ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାରଙ୍କ ଚାର ଧାମ ଅଲବେଦର ସଡକ ପରିଯୋଜନାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ବନ୍ଦ ହୋଇ ରହିଥିବା ଅନ୍ୟ ପରିଯୋଜନା ଗୁଡିକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥାଗିତ ରହିବ । କୋର୍ଟଙ୍କ ନିର୍ଦ୍ଦେଶ ଆନୁସାରେ ଏହା ପାଇଁ ଆବଶ୍ୟକ ଥିବା ଏନଭାଇରୋମେଣ୍ଟ ଇମପାକ୍ଟ ଅସେସମେଣ୍ଟ(ଇଆଇଏ)ର ମଞ୍ଜୁରୀ ନେବାକୁ ପଡିବ । ଜଷ୍ଟିସ ଆରଏଫ ନରିମନ ଓ ବିନିତ ଶରଣଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରକପ ଏନଜିଟିର ଆଦେଶରେ ରୋକ ଲଗାଇବା ପାଇଁ ସତ୍ୟାପାଠ ଦାଖଲ କରିବାକୁ କହିଛନ୍ତି । 

ଚାର ଧାମ ପରିଯୋଜନାର ଉଦେଶ୍ୟ ହେଉଛି ସବୁ ଋତୁରେ ପାହାଡିଆ ରାଜ୍ୟ ଗୁଡିକ ଚାରୋଟି ପବିତ୍ର ତୀର୍ଥସ୍ଥଳୀ ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ, ଏବଂ ବଦ୍ରିନାଥକୁ ସଂଯୋଗ କରିବା । ଏହି ପରିଯୋଜନା ପୂରା ହେବା ପରେ ସବୁ ଋତୁରେ ଏହି ଧର୍ମୀକ ସ୍ଥଳୀର ଯାତ୍ରା କରିବା ସମ୍ଭବ ହୋଇପାରିବ । ଏହି ମାମଲର ପୂର୍ବ ଶୁଣାଣିରେ ସର୍ବୋଚ୍ଚ ଅଦାଲତ ଏହା ଉପରେ ରୋକ ଲଗାଇଥିଲେ । ଡେରାଡୁନର ଗୋଟିଏ ଏନଜିଓ ସଂସ୍ଥା ଗ୍ରୀନ ଟୁନର ବିଶେଷ ଅନୁମତି ଅବେଦନ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏନେଇ ଜବାବ ଦେବାକୁ ନୋଟିସ କରିଥିଲେ । ଆବେଦନକାରୀ ଏନଜିଓ ଯୋଜନାକୁ ଅବୈଧ ଦର୍ଶାଇବା ସହିତ ଏହି ନିର୍ମାଣ ପାଇଁ ଏନଜିଟିର ମଞ୍ଜୁରୀ ଆବଶ୍ୟକ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହି ଯୋଜନାର ପାଇଁ ଥିବା ବାଧକ ଗୁଡିକ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । 

ସୂଚନାଯୋଗ୍ୟ ଯେ ଏହି ପରିଯୋଜନାରେ ୯ ଶହ କିଲୋମିଟର ଲମ୍ବା ସଡକ ନିର୍ମାଣ ହେଉଛି । ବର୍ତ୍ତମାନ ସୁଦ୍ଧା ୪ଶହ କିଲୋମିଟର ସଡକକୁ ଓସାରିଆ କରାଯାଇଛି ।  

Subscribe

National International State Sports Entertainment