Home >
ଆତଙ୍କବାଦୀଙ୍କ ‘ପାଠଶାଳା’: ୮ ପୋଷ୍ଟ ଗ୍ରାଜୁଏଟ୍, ୧୯ ଗ୍ରାଜୁଏଟ୍ ହେଲେ ଆତଙ୍କୀ
Khabar Odisha:national-Odisha-school-of-terror-8-post-graduate-and-19-graduate-became-terrorist
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡ଼ିଶା):

 ଯେବେ ଗୋଟିଏ  ଆତଙ୍କବାଦୀ ମରିଥାଏ ତେବେ ନିଜ  ପଛରେ ନୂତନ ଆତଙ୍କବାଦୀଙ୍କ  ଭର୍ତ୍ତି ପାଇଁ ରାସ୍ତା ଖୋଲି ଦେଇଥାଏ।  ଆଉ ଯେବେ ଜଣେ ଶିକ୍ଷିତ ଆତଙ୍କବାଦୀର ମୃତ୍ୟୁ ଘଟେ ତେବେ ତାହା ବହୁତ ବିପଦଜ୍ଜନକ ହୋଇଥାଏ। ଆର୍ମିର ଜଣେ ଅଧିକାରୀଙ୍କ ମୁତାବକ କାଶ୍ମୀରରେ ଭାରତୀୟ ସେନା ଏବେ ନୂତନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ଗତ ବର୍ଷ କାଶ୍ମୀରରେ ଯେଉଁ ଯୁବକ ଆତଙ୍କୀ ରାସ୍ତାରେ ପାଦ ଦେଇଥିଲେ ସେମାନଙ୍କ ମଧ୍ୟରୁ ୮ ଜଣ ପୋଷ୍ଟ ଗ୍ରାଜୁଏଟ୍ ଓ ୧୯ ଗ୍ରାଜୁଏଟ ଥିଲେ। ୨୦୧୭ ତୂଳନାରେ ଶିକ୍ଷିତ ଆତଙ୍କବାଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି, ଯାହା ଆର୍ମି ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇ ଯାଇଛି।

୦ ରୁ ୮ ଏବଂ ୧ ରୁ ହେଲେ ୧୯

ଭାରତୀୟ ସେନାର ସୂତ୍ର ମୁତାବକ ୨୦୧୭ରେ ମୋଟ୍ ୧୨୮ ଯୁବକ ଆତଙ୍କ ରାସ୍ତା ଧରିଛନ୍ତି। ଏଥିରୁ ଜଣେ ହେଲେ ବି ପୋଷ୍ଟ ଗ୍ରାଜୁଏଟ୍ ନଥିଲେ। ଏଥିରୁ ଜଣେ ଗ୍ରାଜୁଏଟ, ୪ ଦ୍ଵାଦଶ ଓ ୪ ଦଶମ ପାସ୍ ଥିଲେ। ମାତ୍ର ୨୦୧୮ରେ ଉଚ୍ଚ ଶିକ୍ଷିତ ଆତଙ୍କବାଦୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୧୮ରେ ମୋଟ୍ ୨୦୯ ଯୁବକ ଆତଙ୍କୀ ପଥରେ ପାଦ ଦେଇଛନ୍ତି। ଏଥର ଶିକ୍ଷିତ ଯୁବକ ଆତଙ୍କବାଦୀ ପ୍ରତି ଅଧିକ ପ୍ରଭାବିତ ହେଉଥିବା ଦେଖାଯାଇଛି। ଏଥିରେ ୮  ପୋଷ୍ଟ୍ ଗ୍ରାଜୁଏଟ, ୧୯ ଗ୍ରାଜୁଏଟ, ୧୫ ଦ୍ଵାଦଶ ପାସ୍ ଓ ୯ ଜଣ ଦଶମ ପାସ୍ ଯୁବକ ଥିଲେ।

କଣ ପାଇଁ ଆତଙ୍କୀ ଗୋଷ୍ଠୀରେ ସାମିଲ ହେଉଛନ୍ତି ଶିକ୍ଷିତ ଯୁବକ

ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,  ଦୁଇ ତିନି ବର୍ଷରେ  କାଶ୍ମୀରେ ବୈଦ୍ଧିକ  ହିଂସା ବୃଦ୍ଧି ଘଟିଛି। ସେଠାରେ ପୂର୍ବେ ବନ୍ଧୁକ ଧରି ମରୁଥିବା ଆତଙ୍କବାଦୀକୁକ ସହିଦର ମାନ୍ୟତା ଦିଆଯିବାକୁ ଉଦ୍ୟମ ହେଉଥିଲା। କିନ୍ତୁ ଏବେ ବିଶ୍ଵ ସ୍ତରରେ ହିଂସା ଘଟାଇବା ପାଇଁ ଅଧିକ ଗ୍ଲାମରାଇଜ କରାଯାଉଛି। ଦୁନିଆରେ ଏହାର ଚର୍ଚ୍ଚା ମଧ୍ୟ ଅଧିକ ହେଉଛି। ସେନା କ୍ରମାଗତ ଆତଙ୍କବାଦୀଙ୍କୁ ନିପାତ କରୁଥିଲେ ମଧ୍ୟ ମରୁଥିବା ପ୍ରତ୍ୟେକ ଆତଙ୍କୀ  ନୂତନ ଆତଙ୍କବାଦୀକୁ ଜନ୍ମ ଦେଉଛି ଏବଂ ଏଥରେ ଶିକ୍ଷିତ ଆତଙ୍କୀ ଅଧିକ ବିପଦଜ୍ଜନକ ସାବ୍ୟସ୍ତ ହେଉଛି। ଅଧିକାରୀ କହିଛନ୍ତି ଯେ, ଯେ  ପର୍ଯ୍ୟନ୍ତ ଯୁବକଙ୍କ ମନୋବିଜ୍ଞାନକୁ ଲକ୍ଷ୍ୟ ନରଖି ପଲିସି  ତିଆରି ନହୋଇଛି ସେ  ପର୍ଯ୍ୟନ୍ତ ଶିକ୍ଷିତ ଆତଙ୍କବାଦୀଙ୍କ ସଂଖ୍ୟା ରୋକିବାରେ ସଫଳତା ମିଳିବ ନାହିଁ। 

  • Tags:

Subscribe

National International State Sports Entertainment