Home >
ଫେବୃଆରୀ ୨୧ରେ ହେବ ରାମ ମନ୍ଦିର ଶିଳାନ୍ୟାସ୍, ସ୍ଥିର ହେଲା ସନ୍ଥଙ୍କ କାର୍ଯ୍ୟସୂଚୀ
Khabar Odisha:national-Odisha-ayodhya-ram-mandir-foundation-stone-to-be-laid-on-21-february
ଅଯୋଧ୍ୟା, ଫେବୃଆରୀ ୧୧(ଖବର ଓଡ଼ିଶା):

 ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ଦ୍ଵାରିକା ପୀଠର ଶଙ୍କରାଚାର୍ଯ୍ୟ ସ୍ଵରୂପାନନ୍ଦ ସରସ୍ଵତୀ ଫେବୃଆରୀ ୧୭ରେ ପ୍ରୟାଗରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଶଙ୍କରାଚାର୍ଯ୍ୟଙ୍କ ସହିତ ଅନ୍ୟ ସନ୍ଥ ପ୍ରତାପଗଡ ଓ ସୁଲତାନପୁର ରାସ୍ତା ଦେଇ ଫେବୃଆରୀ ୧୯ରେ ଅଯୋଧ୍ୟାରେ ପହଞ୍ଚିବେ। ଏହା ପରେ ଫେବୃଆରୀ ୨୦ରେ ବିରାଟ ସଭାର ଆୟୋଜନ ହେବ ଏବଂ ଫେବୃଆରୀ ୨୧ରେ ରାମ ମନ୍ଦିର ଶିଳାନ୍ୟାସ୍ କାର୍ଯ୍ୟ ହେବ।

ଉଲ୍ଲେଖଯୋଗ୍ୟ ନିକଟରେ  ଶଙ୍କରାଚାର୍ଯ୍ୟ କହିଥିଲେ ଯେ,  ରାମ ମନ୍ଦିର ନିର୍ମାଣ ପାଇଁ  ସେ ଅଯୋଧ୍ୟାରେ ନିର୍ଦ୍ଧାରିତ ଶିଳାନ୍ୟାସ୍ କାର୍ଯ୍ୟକ୍ରମକୁ ଟାଳି ପାରିବେ ନାହିଁ। ଆବଶ୍ୟକ ପଡ଼ିଲେ ସେ ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ। ଶଙ୍କରାଚାର୍ଯ୍ୟ ସ୍ଵରୂପାନନ୍ଦ ସମସ୍ତ ରାମଭକ୍ତଙ୍କୁ ଗୋଟିଏ ଗୋଟିଏ ପଥର ସହିତ ଅଯୋଧ୍ୟାରେ ପ୍ରସ୍ତାବିତ ଶିଳାନ୍ୟାସ୍ କାର୍ଯ୍ୟକ୍ରମରେ ପହଞ୍ଚିବାକୁ ଅପିଲ କରିଛନ୍ତି। ଶଙ୍କରାଚାର୍ଯ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ତାଙ୍କୁ ଅଖାଡ଼ା ପରିଷଦର ଅଧ୍ୟକ୍ଷ ଓ ରାମାନନ୍ଦ ସଂପ୍ରଦାୟର ସନ୍ଥଙ୍କ ସମର୍ଥନ ମଧ୍ୟ ମିଳିଛି ଏବଂ ସେମାନଙ୍କ ସହିତ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ।

ରାମ ମନ୍ଦିର ପାଇଁ ଆମେ ଅପେକ୍ଷା କରି ଚାଲିଥିବୁ

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଏହି ଯାତ୍ରାକୁ  ଅଯୋଧ୍ୟା ପ୍ରସ୍ତାନର  ନାମ ଦିଆଇଛି। ଏହା ସତ୍ୟାଗ୍ରହ ଆନ୍ଦୋଳନ ପରି ହେବ। ସନ୍ଥ ଅଯୋଧ୍ୟାରେ କେବଳ ଭୂମି ପୂଜନ କିମ୍ବା ଶିଳାନ୍ୟାସ ପାଇଁ ନୁହଁ ବରଂ ରାମ ମନ୍ଦିର ନିର୍ମାଣର ସନ୍ଦେଶ ଦେବା ପାଇଁ ମଧ୍ୟ ଯାଉଛନ୍ତି। ଶଙ୍କରାଚାର୍ଯ୍ୟ କୋଲସଭା ନିର୍ବାଚନର ସମୟରେ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରାଯାଉଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ନିର୍ବାଚନ କ୍ରମାଗତ ହୋଇଥାଏ, କଣ ଆମେ କେବଳ ଅପେକ୍ଷା କରି ଚାଲିଥିବୁ। 

  • Tags:

Subscribe

National International State Sports Entertainment