Home >
ଦୀପାବଳି ରାତିରେ ସୁପ୍ରିମକୋର୍ଟ ଆଦେଶର ଉଲ୍ଲଙ୍ଘନ, ୩୦୦ରୁ ଅଧିକ ଲୋକ ଗିରଫ
Khabar Odisha:more-than-300-people-arrested-in-delhi-for-violating-supreme-court-order-on-crackers
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦୀପାବଳି ରାତିରେ ବାଣ ଫୁଟାଇବା ସମ୍ବନ୍ଧରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶର ଉଲ୍ଲଙ୍ଘନ କରିବା ଅଭିଯୋଗରେ ୫୫୦ରୁ ଅଧିକ ମାମଲା ଦାୟର ହୋଇଛି। ଏହା ସହିତ ପୋଲିସ ୩୦୦ରୁ ଅଧିକ ଲୋକଙ୍କୁ ଗିରଫ ମଧ୍ୟ କରିଛି। ଗୁରୁବାର ପୋଲିସ ଅଧିକାରୀ ଏହାର ସୂଚନା ଦେଇଛନ୍ତି। ଦୀପାବଳି ରାତିରେ ପୋଲିସ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୨୭୭୬ କିଲୋ ବାଣ  ଜବତ କରିଛି।

ଅବୈଧ ରୂପେ ବାଣ ବିକ୍ରି ସମ୍ବନ୍ଧରେ ୭୨ଟି ଏତଲା ଦାୟର ହୋଇଛି ଏବଂ ଏଥିରେ ମୋଟ୍ ୭୮ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ କହିଛି ଯେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୮୮(ଆଦେଶର ପାଳନ ନକରିବା) ଆଧାରରେ ପ୍ରାୟ ୫୬୨ଟି ମାମଲା ରୁଜୁ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଉଲ୍ଲଙ୍ଘନ କରିବା ମାମଲାରେ ୩୧୦ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଦେଶ ଅବଜ୍ଞା ମାମଲାରେ ଗିରଫ ହୋଇଥିବା ଲୋକଙ୍କୁ ପରେ ଜାମିନରେ ଛାଡ଼ି ଦିଆଯାଇଛି। ଶୀର୍ଷ ଅଦାଲତର ଆଦେଶକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୪ ଜଣ କିଶୋରଙ୍କ ବିରୋଧରେ କିଶୋର ନ୍ୟାୟ ଅଧିନିୟମ  ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଯୋଗ୍ୟ ବଢୁଥିବା ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ସୁପ୍ରିମକୋର୍ଟ ଦୀପାବଳି ରାତିରେ ବାଣ ଫୁଟାଇବାର ସମୟ ରାତି ୮ଟାରୁ ୧୦ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରିଥିଲେ। ଏହା ସହିତ କୋର୍ଟ ଗ୍ରୀନ ବାଣର ବିକ୍ରି ଓ ବ୍ୟବହାର କରିବାକୁ ଆଦେଶ ଦେଇଥିଲେ। କୋର୍ଟ ନିଜର ଆଦେଶକୁ ପାଳନ କରିବା ପାଇଁ ପୋଲିସକୁ ଦାୟିତ୍ଵ ଦେଇଥିଲା। 

Subscribe

National International State Sports Entertainment