Home >
ଟଳିଲା ବଡ଼ ଦୁର୍ଘଟଣା: ଆକାଶରେ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତିଲା ଇଣ୍ଡିଗୋର ଦୁଇଟି ବିମାନ, ଯାତ୍ରୀ ଥିଲେ ୩୨୮
Khabar Odisha:mid-air-collision-between-two-indigo-aircraft-averted-over-bengaluru
ନୂଆଦିଲ୍ଲୀ,ଜୁଲାଇ୧୨(ଖବର ଓଡ଼ିଶା):

ଇଣ୍ଟରଗ୍ଲୋବାଲ ଏଭିଏସନର ଏୟାରଲାଇନ୍ସ ଇଣ୍ଡିଗୋର ଦୁଇଟି ବିମାନ ଆକାଶରେ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତିଯାଇଛନ୍ତି। ଦୁଇ ବିମାନ ମଧ୍ୟରେ ଦୂରତା ଏତେ କମ୍ ଥିଲା ଯେ ଯଦି ଧକ୍କା ହୋଇଥାନ୍ତା ତେବେ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥାନ୍ତା। କୁହାଯାଉଛି ଯେ ଏହି ଘଟଣା ଜୁଲାଇ ୧୦ର।  ବେଙ୍ଗାଲୁରୁ ଏୟାରବେସ ଉପରେ ଇଣ୍ଡିଗୋର ଦୁଇଟି ବିମାନ ଠିକ୍ ସାମ୍ନାସାମ୍ନି ହୋଇଥିଲେ। ମାତ୍ର ପାଇଲଟଙ୍କ ଉତ୍ତମ ବୁଝାମଣା କାରଣରୁ ଅଳ୍ପକେରୁ ଏତେ ବଡ଼ ଦୁର୍ଘଟଣା ବର୍ତ୍ତି ଯାଇଛି। 

କୁହାଯାଉଛି ଯେ ବେଙ୍ଗାଲୁରୁ ଏୟାରବେସ ଉପରେ ଉଡ଼ାଣ ଭରୁଥିବା ଇଣ୍ଡିଗୋର କୋଏମ୍ବାଟୁରରୁ ହାଇଦ୍ରାବାଦ ଯାତ୍ରା କରୁଥିବା ବିମାନ ୬ଇ ୭୭୯ ଓ ବେଙ୍ଗାଲୁରୁରୁ କୋଚି ଯାତ୍ରା କରୁଥିବା ବିମାନ ୬ଇ ୬୫୦୫  ପରସ୍ପର ମଧ୍ୟରେ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତି ଯାଇଛି। ଏୟାରଲାଇନ୍ସର ବିମାନ ପରସ୍ପର ଅତି ନିକଟକୁ ଚାଲି ଯାଇଥିଲେ। କିଛି ସେକେଣ୍ଡର ଦୂରତାରେ ଉଭୟ ବିମାନ ଥିଲେ। ଇଣ୍ଡିଗୋର କହିବା କଥା ମାମଲାର ସୂଚନା ରେଗୁଲେଟରକୁ ଦିଆଯାଇଛି।

୩୨୮ ଯାତ୍ରୀଙ୍କ ଯାଇଥାନ୍ତା ଜୀବନ

ଇଣ୍ଡିଗୋ ମୁତାବକ ହାଇଦ୍ରାବାଦର ବିମାନରେ ପ୍ରାୟ ୧୬୨ ଯାତ୍ରୀ ଥିଲେ। ଅନ୍ୟ ପଟେ କୋଚି ଯାଉଥିବା ବିମାନରେ ପ୍ରାୟ ୧୬୬ ଯାତ୍ରୀ ଥିଲେ। ଉଭୟ ବିମାନ ମଧ୍ୟରେ ଦୂରତା ମାତ୍ର  ୨୦୦ ଫୁଟ୍ ଥିଲା।  ବିମାନ ଧକ୍କା ହେବା ପୂର୍ବରୁ ଟ୍ରାଫିକ କଲେଜିୟମ ଏଭଏଡେନ୍ସ ସିଷ୍ଟମର ଆଲର୍ମ ବାଜି ଉଠିଥିଲା ଏବଂ ବିମାନ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତିଥିଲା। ରିପୋର୍ଟ ମୁତାବକ ଏୟାରକ୍ରାଫ୍ଟ ଏକ୍ସିଡେଣ୍ଟ ଇନଭେଷ୍ଟିଗେସନ ବୋର୍ଡ(ଏଏଆଇବି) ମାମଲାର ତଦନ୍ତ ଆରମ୍ଭ କରିଛି। 

  • Tags:

Subscribe

National International State Sports Entertainment