Home >
ପୁଅର ଜିଦ୍ ଆଗରେ ଝୁକିଲେ ବାପା-ମା, ବିଦେଶୀ ଯୁବକ ସହିତ କରାଇଲେ ବିବାହ, ବିଦେଶୀ ସାଜିଲେ ଅତିଥି
Khabar Odisha:maharashtra-family-witness-its-first-gay-marriage-guests-come-from-us-and-china

ମୁମ୍ବାଇ,ଜାନୁଆରୀ ୧୨(ଖବର ଓଡିଶା): ଗତ ଦିନରେ ମହାରାଷ୍ଟ୍ରର ଯବତମାଲରେ ଏକ ସମଲିଙ୍ଗୀ ବିବାହ ସଂପନ୍ନ ହୋଇଛି। ଏହାର ସୂଚନା ତେବେ ମିଳିଲା ଯେବେ ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କଲା।  ମିଡିଆ ରିପୋର୍ଟ୍ସ ମୁତାବକ ଯବତମାଲର ଏକ ଫଟ୍ରୋଗ୍ରାଫର ଯୁବକ ନିଜର ଏକ ବିଦେଶୀ ଯୁବକ ସାଙ୍ଗ ସହିତ ଏକ ବଡ଼  ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।  

ଦୁଇ ଜଣ ଆମରିକାରେ ଚାକିରି କରୁଛନ୍ତି ଏବଂ ଉଭୟ ଦୀର୍ଘ ଦିନରୁ ଲିଭ ଇନ ରିଲେସନସିପରେ ରହି ଆସୁଥିଲେ। ଆରମ୍ଭରୁ ଘରଲୋକେ ଏହି ବିବାହର ବିରୋଧରେ ଥିଲେ।  ମାତ୍ର ଯୁବକଙ୍କ  ଜିଦ୍ ଆଗରେ ଘରବାଲାଙ୍କୁ ଝୁକିବାକୁ ପଡିଥିଲା। କୁହାଯାଉଛି ଯେ ଏହି ବିବାହରେ ଆମେରିକା ଓ ଚୀନରୁ ଦର୍ଜନ ଅତିଥି ଆସିଥିଲେ।  ଭାରତୀୟ ଯୁବକଙ୍କ ନାମ ରିଷି ଏବଂ ବିଦେଶୀ ଯୁବକଙ୍କ ନାମ ଓ୍ଵିନ୍। ଉଭୟ ୨୦୧୬ ଅକ୍ଟୋବରରେ ଅନଲାଇନ ଡେଟିଂ ସାଇଟ ଜରିଆରେ ପରିଚିତ ହୋଇଥିଲେ। ରିଷିର ମାତା ପିତା ବଡ଼ ବିଚାର ବିମର୍ଶ ପରେ ନିଜର ଗୃହନଗରରେ ଡିସେମ୍ବର ୩୦ରେ ପୁତ୍ରର ବିବାହ କରାଇଛନ୍ତି। 

୪୩ ବର୍ଷୀୟ ରିଷି ପେସାରେ ମାର୍କେଟିଂ ଷ୍ଟ୍ରାଟେଜିଷ୍ଟ।  ତାଙ୍କର ବାଲ୍ୟ ଶିକ୍ଷା ଯବତମାଲରୁ ହିଁ ଆରମ୍ଭ ହୋଇଥିଲା ଏବଂ ଉଚ୍ଚ ଶିକ୍ଷା ଆଇଆଇଟି ବମ୍ବେରେ ହୋଇଥିଲା। ରିଷିଙ୍କ ମାତା ପିତାଙ୍କୁ ପୁଅର ସମଲିଙ୍ଗୀ ହେବାର ସତ୍ୟତା ସ୍ଵୀକାର କରିବାରେ ୫ ବର୍ଷ ଲାଗି ଯାଇଥିଲା।  ୨୦୧୭ରେ ତାର ମାତା ପିତା ପୁତ୍ରର ସମର୍ଥନରେ ସମଲିଙ୍ଗୀଙ୍କ ସ୍ୟାନଫ୍ରାନସିସକୋରେ ହୋଇଥିବା ଏକ ପରେଡରେ ଭାଗ ମଧ୍ୟ ନେଇଥିଲେ। ରିଷିଙ୍କ ୩୫ ବର୍ଷୀୟ ପାର୍ଟନର ଓ୍ଵିନ ଭିଏତନାମର ହୋଇଥିବା କୁହାଯାଉଛି। ଓ୍ଵିନ ପେଶାରେ ଜଣେ ଶିକ୍ଷକ। ସେ ଉଜବେକିସ୍ତାନ, ଚୀନ ଓ ଆମେରିକାରେ ମଧ୍ୟ ଶିକ୍ଷକତା କରି ସାରିଛନ୍ତି। ୧୯୯୦ରୁ ସେ ନିଜର ପରିବାର ସହିତ ଆମେରିକାରେ ରହି ଆସୁଛନ୍ତି। 

 

  • Tags:

Subscribe

National International State Sports Entertainment