Home >
ସାଥୀଙ୍କୁ ହଗ୍ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ହୋଇଥାଏ ଆହୁରି ମଜବୁତ
Khabar Odisha:life-style-odisha-hug-day-2019-several-health-benefits-of-hugging-your-partner
ଭୁବନେଶ୍ୱର, ଫେବୃଆରୀ ୧୨ (ଖବର ଓଡିଶା) :

 ଏବେ ଭାଲେନଟାଇନ ସପ୍ତାହ ଚାଲିଛି । ଭାଲେନଟାଇନ ଡେର ଠିକ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୧୨ ଆଜିର ଦିନକୁ ହଗ୍ ଡେ ଭାବରେ ପାଳନ କରାଯାଏ । ନିଜ କ୍ରଶ୍ ଅର୍ଥାତ୍ ନିଜ ସାଥୀଙ୍କୁ ହଗ୍ କରିବା ଏକ ଅଲଗା ଅନୁଭବ ହୋଇଥାଏ । ଯେଉଁ ଭାବନାକୁ ଶବ୍ଦ ଜରିଆରେ ପ୍ରକାଶ କରି ହେବ ନାହିଁ ତାହାକୁ ଆପଣ କୋଳାଗ୍ରତ କରି କହି ପାରିବେ । ଏହି ଦିନ କେବଳ ଲଭର୍ସଙ୍କ ପାଇଁ ନୁହେଁ ବରଂ ଏଭଳି ଆପଣ କାହା ସହ ବି କରି ଦିନର ଆରମ୍ଭ କରି ପାରିବେ । ନିଜ ପରିବାରକୁ, ଭାଇ ଭଉଣୀଙ୍କୁ ବନ୍ଧୁଙ୍କୁ ଆପଣ କୋଳାଗ୍ରତ କରି ପାରିବେ । କାରଣ କୋଳାଗ୍ରତ କରିବା କାରଣରୁ ବହୁ ଲାଭ ହୋଇଥାଏ । 

ତେବେ କୋଳାଗ୍ରତ କରିବା ଦ୍ୱାରା ଏହି ସବୁ ଲାଭ ମିଳିଥାଏ- 

୧-ହୃଦୟ ପାଇଁ ଲାଭଦାୟକ – ଏକ ଷ୍ଟଡିର ରିପୋର୍ଟରୁ ଜଣା ପଡିଛି କି, କୋଳାଗ୍ରତ କରିବା ଦ୍ୱାରା ଶରୀରରେ ଲଭ ହରମୋନ ଆକ୍ସିଟୋସନର ସ୍ତର ବଢିଯାଏ । ଏହା ଦ୍ୱାରା ହୃଦୟ ଭଲ ରହିଥାଏ । 

୨-ବ୍ଲଡ ପ୍ରେସର କମେ – ବୈଜ୍ଞାନିକଙ୍କ ମୁତାବକ, ହଗ୍ କରିବା ଦ୍ୱାରା ବ୍ଲଡ ପ୍ରେସର କମିଥାଏ । ଶରୀରରେ ଲଭ ହରମୋନ ଆକ୍ସିଟୋସନ ବାହାରିବା ଦ୍ୱାରା ଏଭଳି ହୋଇଥାଏ । 

୩-ଏକୁଟିଆପଣରୁ ମୁକ୍ତି - ଆପଣଙ୍କୁ ଜଦି ଏକା ଲାଗୁଥାଏ ତେବେ କାହାକୁ କୋଳାଗ୍ରତ କରିବା ଦ୍ୱାରା ଆପଣଙ୍କ ମନ ହାଲୁକା ହୋଇଯାଏ । ଆପଣ ଏକୁଟିଆ ପଣରୁ ମୁକ୍ତ ହୋଇଥାନ୍ତି ।

୪-ମୁଡ ଫ୍ରେସ ରହିବ – ଏହା ଦ୍ୱାରା ମୁଡ ଫ୍ରେଶ ରହିଥାଏ । ଆପଣ ଯେତେବେଳେ ହଗ କରନ୍ତି ଆପଣଙ୍କ ମସ୍ତିଷ୍କରେ ସେରୋଟୋନିନ ହରମୋନ ପ୍ରଡ୍ୟୁସ ହୋଇଥାଏ । ଯାହା ଆପଣଙ୍କର ମୁଡକୁ ଫ୍ରେଶ ରଖିଥାଏ । 

୫-ମାନସିକ ରୋଗ ମୁକ୍ତ ହୋଇଥାଏ – ଯେଉଁ ଲୋକମାନେ କୋଳାଗ୍ରତ କରନ୍ତି ସେମାନେ ମାନସିକ ଚାପରୁ ମୁକ୍ତ ଥାନ୍ତି । 

Subscribe

National International State Sports Entertainment