Home >
ତେଜପ୍ରତାପଙ୍କୁ ନେଇ ଚିନ୍ତାରେ ଲାଲୁ, ବିଗୁଡୁଛି ସ୍ୱାସ୍ଥ୍ୟାବସ୍ଥା
Khabar Odisha:lalu-prasad-yadav-bihar-tej-pratap-yadav-rjd-riims-jharkhand-bihar-tension
ବିହାର, ନଭେମ୍ବର ୦୯(ଖବର ଓଡିଶା):

ପାରିବାରିକ କଳହ ହେତୁ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଚିନ୍ତା ବଢି ଯାଇଛି । ରାଂଚିର ରିମ୍ସ୍ ହସ୍ପିଟାଲର ଡାକ୍ତରଙ୍କ କହିବାନୁଯାୟୀ ଲାଲୁଙ୍କ ଡିପ୍ରେସନ ଲେବୁଲ ବୃଦ୍ଧି ପାଇଛି । ତାଙ୍କୁ ନିଦ ହେଉନାହିଁ । ବଡ ପୁତ୍ର ତେଜ ପ୍ରତାପ ଏବଂ ବୋହୁ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଖବର ଲାଲୁଙ୍କ ପାଇଁ ଅଭିଶାପ ସଦୃଶ ହୋଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗୁଡୁଛି । 

କିଡନୀ ଉପରେ ପ୍ରଭାବ

ଡାକ୍ତର ଆହୁରି କହିଛନ୍ତି କି, ଲାଲୁଙ୍କୁ ନିଦ ହେଉନାହିଁ । ମଧୁମେହ ସ୍ତରରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ କିଡନୀ ଉପରେ ପଡିଛି । ଏହା କେବଳ ୫୦ ପ୍ରତିଶତ କାମ କରୁଛି । ଅନେକ ସମୟରେ ତାଙ୍କ ମୁଣ୍ଡ ବୁଲାଉଛି । ସେ ହଠାତ ଉଠି ପାରୁ ନାହାନ୍ତି । 

ଲାଲୁଙ୍କୁ ଦେଖା କରିବା ପାଇଁ ରାଂଚି ଆସିଥିଲେ ତେଜପ୍ରତାପ

ତେଜ ପ୍ରତାପ ନିକଟରେ ଛାଡପତ୍ର ନିଷ୍ପତି ନେବା ପରେ ଲାଲୁଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ତେଜ ପ୍ରତାପ ଲାଲୁଙ୍କୁ ଭେଟିବା ପରେ ନିଜ ପରିବାର ଉପରେ ଷଡଯନ୍ତ୍ର ରଚିବା ନେଇ ଅଭିଯୋଗ ଆଣିଥିଲେ । ତେଜପ୍ରତାପ ଲାଲୁଙ୍କୁ ମଧ୍ୟ ଦୋଷ ଦେଇଥିଲେ । 

ଐଶ୍ୱର୍ଯ୍ୟାଙ୍କ ସମର୍ଥନରେ ପରିବାର

ତେଜ ପ୍ରତାପ ଅଭିଯୋଗ କରିଥିଲେ ଯେ ତାଙ୍କ ପରିବାର ଐଶ୍ୱର୍ଯ୍ୟାଙ୍କୁ ସମର୍ଥନ କରୁଛି । ତାଙ୍କର ଭାଇ ଭଉଣୀ, ପିତାମାତା ସମସ୍ତେ ବୋହୁଙ୍କ ପାଇଁ ବାହାରୁଛନ୍ତି । କିନ୍ତୁ ତାଙ୍କର ମତ ସ୍ପଷ୍ଟ ରହିଛି । ତାଙ୍କ ବିରୋଧରେ ଷଡଯନ୍ତ୍ର ହେଉଛି । ଦେଢ ମାସ ଧରି ସେ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ କୌଣସୀ  କଥାବାର୍ତା ହୋଇନାହିଁ । 

  • Tags:

Subscribe

National International State Sports Entertainment