Home >
ସାର, ଜିଓ ଚାଲୁ ନାହିଁ
Khabar Odisha:jio-nahi-chal-raha-photographer-quips-when-clicking-mukesh-ambani-video-goes-viral
ମୁମ୍ବାଇ, ଡିସେମ୍ବର ୬, (ଖବର ଓଡିଶା)

ଗତ କିଛି ଦିନ ତଳେ ବଲିଉଡ ଷ୍ଟାର ଦୀପିକା ଏବଂ ରଣବୀରଙ୍କ ରିସେପ୍ସନ ପାର୍ଟି ଅନୁଷ୍ଠିତ ହୋଇଥିଲେ । ଏହି ପାର୍ଟିରେ ବହୁ ବଲିଉଡ ଅଭିନେତା ଅଭିନେତ୍ରୀଙ୍କ ସହତ  ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ଦେଶର ସବୁଠୁ ଧନୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମୁକେଶ ଅମ୍ବାନୀ ନିଜ ପରିବାର ସହିତ ଆଗକୁ ହେବାକୁ ଥିବା ନୁତନ ବୋହୁ ମଧ୍ୟ ମୁମ୍ବାଇରେ ଆୟୋଜିତ ଦୀପବୀରଙ୍କ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିଲେ ।

ଏହି ପାର୍ଟିରେ କିଛି ଏପରି ଘଟିଲା ଯାହାକୁ ଶୁଣିଲେ କେହି ବି ହସି ହସି ଗଡି ଯିବେ । ପହଞ୍ଚିବା ପରେ ଏକ ଫଟୋ ସେସନ୍‌ର ଆୟୋଜନ ହୋଇଥିଲା । ମୁକେଶ ଅମ୍ବାନୀଙ୍କ ସମସ୍ତ ପରିବାର ସଦସ୍ୟ ଫଟୋ ଉଠାଉଥିବା ବେଳେ ଜଣେ ଫଟୋଗ୍ରାଫର ମୁକେଶ ଅମ୍ବାନୀଙ୍କୁ ଯାହା ପ୍ରଶ୍ନ କରିଥିଲେ, ତାହା ଏବେ ଭାଇରାଲ୍‌ ହେଉଛି ।

ସେ କହିଥିଲେ, ‘ସାର୍‌, ଜିଓ ନେହିଁ ଚଲ ରାହା ହୈ’ । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀର ଜିଓ ଏବେ ଦେଶରେ ବଡ଼ ନେଟଓ୍ୱାର୍କ । ଜିଓ ଲଞ୍ଚ ହେବା ପରଠାରୁ ଅନ୍ୟ ନେଟଓ୍ୱାର୍କ ପଛରେ ପଡ଼ିଛନ୍ତି । ଫଟୋଗ୍ରାଫରଙ୍କ ଏହି ପ୍ରଶ୍ନରେ ମୁକେଶ କିଛି କହିପାରିନଥିଲେ । କିନ୍ତୁ ତାଙ୍କ ପରିବାର ତଥା ଆଗାମୀ ବୋହୁ ମଧ୍ୟ ଏହି ପ୍ରଶ୍ନରେ ଖୁବ ହସିଥିଲେ । ଠିକ୍ ଏହି ସମୟରେ ସାମନାରୁ ସଞ୍ଜୟ ଦତ ଆସିବାରୁ ଫଟୋଗ୍ରାଫରଙ୍କ ଏଭଳି କଥାରେ ମୁକେଶ କିଛି ନକହି ସ୍ମିତହାସ୍ୟ ଦେଇ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା ।  

Subscribe

National International State Sports Entertainment