Home >
ଭାରତ-ଚୀନ ବନ୍ଧୁତାକୁ ନେଇ ଚିନ୍ତାରେ ପାକିସ୍ତାନ, ସଂପର୍କରେ ଫାଟ ସୃଷ୍ଟି କରିବାକୁ ଖେଳିଲା ନୂତନ ଚାଲ
Khabar Odisha:international-odisha-pakistan-new-propaganda-against-india
ନୂଆଦିଲ୍ଲୀ/ଇସଲାମାବାଦ,ଜାନୁଆରୀ୧୧(ଖବର ଓଡ଼ିଶା):

 ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପଡୋଶୀ ପାକିସ୍ତାନ ଏବେ ଭାରତ ବିରୋଧରେ ନୂଅା ଚାଲ ଖେଳିବା ଆରମ୍ଭ କରିଛି। ନିଜର ପରମ ମିତ୍ର ଚୀନକୁ ଭାରତ ବିପକ୍ଷରେ ଉସୁକାଇବା ପାଇଁ ପାକିସ୍ତାନ ନୂତନ ରଣନୀତି ଆପଣେଇଛି। ପାକ୍ ଦାବି କରୁଛି ଯେ କରାଚି ସ୍ଥିତ ଚୀନର ବାଣିଜ୍ୟ ଦୂତାବାସ ଉପରେ ନିକଟରେ ହୋଇଥିବ ଆତଙ୍କୀ ଆକ୍ରମଣ ପଛରେ ଭାରତର ହାତ ରହିଛି। ପାକିସ୍ତାନ ଏହି ପରି କୁଟୀଳ ଚାଲ ଖେଳି ଚୀନକୁ ଭାରତ ବିରୋଧରେ ଉସୁକାଇବାରେ ଜୁଟି ଯାଇଛି। ଏଠାରେ କହି ରଖୁଛୁ ଯେ ଆତଙ୍କବାଦକୁ ନେଇ ଦୋମୁହାଁନୀତି କାରଣରୁ ଆମେରିକାଠୁ ଆର୍ଥିକ ସାହାଯ୍ୟ କ୍ଷେତ୍ରରେ ଝଟକା ଖାଇବା ପରେ ଏବେ ଆତଙ୍କକୁ ପ୍ରଶୟ ଦେଉଥିବା ପାକିସ୍ତାନ ଏବେ ଚୀନର ନିକଟତର ହେବାକୁ ଚେଷ୍ଟା କରୁଛି। ଅନ୍ୟ ପଟେ ସୀମା ବିବାଦ ଓ ଡୋକଲାମ ପରି ଘଟଣା ପରେ ମଧ୍ୟ ଚୀନର ଭାରତ ସହିତ ଭଲ ସଂପର୍କ ରହିଛି।

ପିଏମ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ସି ଜିନପିଙ୍ଗ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ନୂତନ ସ୍ତରକୁ ନେବାକୁ ଉଦ୍ୟମ କରୁଛନ୍ତି। ବୋଧହୁଏ ପାକିସ୍ତାନ ପକ୍ଷେ ଏହା ସହ୍ୟ କରିବା ମୁସ୍କିଲ ହୋଇ ପଡିଛି। ତେଣୁ ପାକ୍ ଭାରତ ଓ ଚୀନ ସଂପର୍କରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ପାକ୍ ମିଡିଆ ରିପୋର୍ଟ ମୁତାବକ ଶୁକ୍ରବାର କରାଚି ସ୍ଥିତ ପୋଲିସ ଡିଜି ଡ। ଅମୀର  ଅହମ୍ମଦ ଶେଖ ଦାବି କରିଛନ୍ତି ଯେ କରାରି ସ୍ଥିତ ଚୀନ ଦୂତାବାସ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ର ଆଫଗାନିସ୍ତାନରେ ରଚାଯାଇଥିଲା ଏବଂ ଏଥିରେ ଭାରତର ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ଵିଙ୍ଗ(ର) ସାହାଯ୍ୟ କରିଥିଲା। 

ନଭେମ୍ବରରେ ହୋଇଥିଲା ଚୀନ ମିଶନ ଉପରେ ଆତଙ୍କୀ ହମଲା

ଏଠାରେ କହି ରଖୁଛୁ ଯେ ଗତ ବର୍ଷ ନଭେମ୍ବରରେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ତିନି ଆତଙ୍କୀ ଚୀନର କାନ୍ସୁଲେଟରେ ପଶିବାକୁ ଉଦ୍ୟମ କରିଥିଲେ। ଚୀନର ଏହି ମିଶନ ବହୁତ  ସୁରକ୍ଷା ବିଶିଷ୍ଟ ଇଲାକାରେ  ଆସିଥାଏ। ତଥାପି ଆତଙ୍କୀ ଏ ପର୍ଯ୍ୟନ୍ତ ପହଞ୍ଚିବା, ପାକିସ୍ତାନ ଏହାର ଉତ୍ତର ଦେଇ ପାରି ନାହିଁ।  ପାକ୍ ସୁରକ୍ଷାବଳଙ୍କ ସହିତ ହୋଇଥିବା ଏନକାଉଣ୍ଟରରେ ତିନି ଜଣ ଆତଙ୍କୀ  ନିପାତ ହୋଇଥିଲେ। ଏହା ସହିତ ଦୁଇ ଜଣ ପୋଲିସ ଅଧିକାରୀ, ଦୁଇ ଜଣ ଭିସା ଆବେଦକଙ୍କ ମଧ୍ୟ ପ୍ରାଣହାନୀ ଘଟିଥିଲା। 

Subscribe

National International State Sports Entertainment