Home >
ଆଇପିଏଲ କ୍ରୀଡ଼ା ସୂଚୀ ଘୋଷିତ: ପ୍ରଥମ ମୁକାବିକାରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ଚେନ୍ନାଇ
Khabar Odisha:indian-premier-league-2018-fixtures-announced

ନୂଆଦିଲ୍ଲୀ,ଫେବୃଆରୀ୧୪(ଖବର ଓଡ଼ିଶା): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୧ ତମ ସଂସ୍କରଣର କ୍ରୀଡ଼ା ସୂଚୀ ଘୋଷଣା କରିଛି।  ୫୧ ଦିନ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭ ଏପ୍ରିଲ ୭ରୁ ହେବ।  ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦୁଇ ଥରର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ହେବ। ଉଦଘାଟନୀ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ।  ଉଲ୍ଲେଖଯୋଗ୍ୟ ଏମଏସ ଧୋନୀଙ୍କ ଅଧିନାୟକତ୍ଵରେ ଚେନ୍ନାଇ ଦଳ ଦୁଇ ବର୍ଷ ପରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟ ପଟେ ୩ ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଉଛନ୍ତି ରୋହିତ ଶର୍ମା। 

ସ୍ପଟ ଫିକ୍ସିଂ କାରଣରୁ ଦୁଇ ବର୍ଷ ବାସନ୍ଦାଦେଶର ସମ୍ମୁଖୀନ ହୋଇଥିବା ରାଜସ୍ଥାନ ରୟାଲ୍ସ ଏବଂ ସୁପର କିଙ୍ଗ୍ସ ଦଳର ପ୍ରଶଂସକଙ୍କ ପାଇଁ ଖୁସିର ଖବର ଯେ ଏହି ଦୁଇ ଦଳ ନିଜର ଘରୋଇ ପଡିଆ ସଓ୍ଵାଇ ମାନସିଂହ ଷ୍ଟାଡିୟମ(ଜୟପୁର) ଓ ଏମଏ ଚିଦମ୍ବରମ ଷ୍ଟାଡିୟମ(ଚେନ୍ନାଇ)ରେ ମ୍ୟାଚ୍ ଖେଳିବେ।  କିଙ୍ଗ୍ ଇଲେଭେନ ପଞ୍ଜାବ ନିଜର ୩ ଘରୋଇ ମ୍ୟାଚ୍ ଇନ୍ଦୋର ଏବଂ ୪ଟି ମ୍ୟାଚ୍ ମୋହାଲିରେ  ଖେଳିବ। ଫାଇନାଲ ମୁକାବିଲା ମେ ୨୭ରେ ମୁମ୍ବାଇର ଓ୍ଵାଙ୍ଖେଡ଼ାରେ ଖେଳାଯିବ। 

୧୧ ତମ ସଂସ୍କରଣରେ ୧୨ଟି ମ୍ୟାଚ୍ ଅପରାହ୍ନ ୪ଟାରେ ଖେଳାଯିବ ଏବଂ ବାକି ୪୮ଟି ମ୍ୟାଚ୍ ରାତି ୮ଟାରେ ଖେଳଯିବ। ଏହି ମ୍ୟାଚର ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସରେ ହେବ। ଏହା ପୂର୍ବରୁ ପ୍ରସାରଣ ଅଧିକାର ସୋନି ନେଟଓ୍ଵର୍କ ପାଖରେ ଥିଲା। 

  • Tags:

Subscribe

National International State Sports Entertainment