Home >
ଭାରତୀୟ ବଲରେ ଖୁସି ନାହାନ୍ତି କୋହଲି, ଚାହୁଁଛନ୍ତି ‘ଇଂଗ୍ଲିଶ’ ବଲ
Khabar Odisha:indian-captain-virat-kohli-criticises-quality-of-sg-ball-prefers-the-dukes-for-test-cricket-in-india-also
ହାଇଦ୍ରାବାଦ, ଅକ୍ଟୋବର୧୧(ଖବର ଓଡ଼ିଶା):

ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର କହିଛନ୍ତି ଯେ ସାରା ଦୁନିଆର ଟେଷ୍ଟ କ୍ରିକେଟ୍ ଇଂଲଣ୍ଡରେ ନିର୍ମିତ ଡ୍ୟୁକ ବଲରେ ଖେଳାଯିବ ଉଚିତ୍। ଏସଜି ବଲର ଗୁଣବତ୍ତାକୁ ନେଇ କୋହଲି ନିଜର ଅସନ୍ତୋଷ ପ୍ରକଟ କରିଛନ୍ତି। ଏସଜି ବଲର  ଉପଯୋଗ ଭାରତ ସ୍ଵଦେଶରେ କରିଥାଏ। କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଟେଷ୍ଟ ପୂର୍ବରୁ କହିଛନ୍ତି ଯେ, ଡ୍ୟୁକ୍ ବଲରେ ଟେଷ୍ଟ ଖେଳିବା  ସବୁଠୁ ଉପଯୁକ୍ତ ଅଟେ। ଏହି ବଲରେ ସାରା ଦୁନିଆରେ ହେଉଥିବା ଟେଷ୍ଟ ମ୍ୟାଚ୍ ଖେଳାଯିବା ପାଇଁ ମୁଁ ଅପିଲ କରିବି। 

ବଲର ବ୍ୟବହାରକୁ ନେଇ ଆଇସିସିର କୌଣସି ବିଶିଷ୍ଟ ନିୟମ ନାହିଁ।  ପ୍ରତ୍ୟେକ ଦେଶ ଭିନ୍ନ ଭିନ୍ନ ପ୍ରକାରର ବଲ ଉପଯୋଗ କରିଥାନ୍ତି। ଭାରତ ସ୍ଵଦେଶରେ ନିର୍ମିତ ଏସଜି ବଲର ବ୍ୟବହାର କରିଥାଏ। ଇଂଲଣ୍ଡ ଓ ଓ୍ଵେଷ୍ଟଇଣ୍ଡିଜ ଡ୍ୟୁକ୍ ବଲର ବ୍ୟବହାର କରୁଥିବା ବେଳେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା କୁକାବୁରା ବଲର ଉପଯୋଗ କରିଥାନ୍ତି। କୋହଲିଙ୍କ ପୂର୍ବରୁ ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନ  କହିଥିଲେ ଯେ ସେ ଏସଜି ବଲ ତୂଳନରେ କୁକାବୁରା ବଲରେ ନିଜକୁ ଅଧିକ ସହଜ ମଣୁଛନ୍ତି। 

କୋହଲି କହିଛନ୍ତି ଯେ ମୁଁ ଅଶ୍ଵିନଙ୍କ ସହିତ ପୂରା ସହମତ। ୫ ଓଭର ପରେ ବଲର ଉପର ପରସ୍ତ ଯେମିତି ଛାଡ଼ି ଯାଉଛି ତାହା ପୂର୍ବରୁ କେବ ଦେଖିନଥିଲି। ଏହା ପୂର୍ବରୁ ଯେଉଁ ବଲର ଉପଯୋଗ ହେଉଥିବା ତାର ଗୁଣବତ୍ତା ବହୁତ ଭଲ ଥିଲା। ଜଣା ନାହିଁ ଏବେ ଏହାର ଗୁଣାବତ୍ତା କେମିତି ହ୍ରାସ ପାଇଛି। 

Subscribe

National International State Sports Entertainment