Home >
ଟି-୨୦ ପରେ ଏବେ ଦିନିକିଆରେ ପାଳି, ବିରାଟଙ୍କ ସମ୍ମୁଖରେ ଇଂଲଣ୍ଡର ଚ୍ୟାଲେଞ୍ଜ
Khabar Odisha:india-vs-england-1st-odi-preview-and-prediction-clash-of-batting-firepower
ନର୍ଟିଂଘମ,ଜୁଲାଇ୧୨(ଖବର ଓଡ଼ିଶା):

ଟି-୨୦ ସିରିଜ ଜିତିବା ପରେ ଭାରତ ଏବେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ମୁହାଁମୁହିଁ ହେବ।  ସିରିଜର ପ୍ରଥମ ମ୍ୟାଚ୍ ଆଜି ଟ୍ରେଣ୍ଟବିଜ ମଇଦାନରେ ଖେଳାଯିବ। ଏହା ଭାରତୀୟ ସମୟ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ। ଭାରତୀୟ ଦଳ ଏହି ଫର୍ମାଟରେ ମଧ୍ୟ ବିଜୟ ଅଭିଯାନକୁ ଜାରି ରଖିବାକୁ ଚାହିଁବ। ଅନ୍ୟ ପଟେ ଇଂଲଣ୍ଡ ଟି ୨୦ ସିରିଜରେ ପରାଜିତ ହେବା ପରେ ନିଜର ଘରୋଇ ପଡିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ଭାରତ ନିକଟରେ ଆୟରଲାଣ୍ଡକୁ ଦୁଇ ଟିକିଆ ଟି-୨୦ ସିରିଜରେ ୨-୦ରେ ମାତ୍ ଦେବା ପରେ ଇଂଲଣ୍ଡକୁ ୩ ଟିକିଆ ଟି ମ୍ୟାଚ୍ ସିରିଜରେ ୨-୧ରେ ବିଜୟୀ ହୋଇଛି। 

ଆଗାମୀ ବର୍ଷ ଇଂଲଣ୍ଡରେ ମଧ୍ୟ ବିଶ୍ଵ କପ୍ ହେବାକୁ ଯାଉଛି।  ଏମିତିରେ ଭାରତ ପାଇଁ ଏହା ସିରିଜ୍ ନିଜର ପ୍ରଦର୍ଶନକୁ ପରଖିବା ପାଇଁ ଉପଯୁକ୍ତ ସମୟ ଅଟେ।  ଏହି ସିରିଜରୁ ହିଁ ଭାରତ ବିଶ୍ଵ କପର ପ୍ରସ୍ତୁତି ଆରମ୍ଭ କରିବ। ଭାରତୀୟ ବ୍ୟାଟିଂ କ୍ରମରେ ଗଭୀରତା ରହିଛି। ଦଳର ପ୍ରାୟ ସବୁ ବ୍ୟାଟସମ୍ୟାନ ଫର୍ମରେ ଅଛନ୍ତି। ରୋହିତ ଶର୍ମା ଓ ଲୋକେଶ ରାହୁଲ ଉଭୟ ନିକଟରେ ଟି-୨୦ ସିରିଜରେ ଶତକ ଅର୍ଜନ କରିଛନ୍ତି। ଅନ୍ୟ ପଟେ ଅଧିନାୟକ ବିରାଟ କୋହଲି କିଛି ଅବସରରେ ଅର୍ଦ୍ଧଶତକ ହାସଲ କରିବାରେ ବିଫଳ ହୋଇଛନ୍ତି। 

ରୋହିତଙ୍କ ସହିତ କିଏ କରିବ ଓପନିଂ ? 

ଏହି ତିନି ଜଣ ବ୍ୟାଟସମ୍ୟାନଙ୍କ ବ୍ୟତୀତ ଶୀର୍ଷ କ୍ରମରେ ଶିଖର ଧାଓ୍ଵନ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ରୋହିତ, ରାହୁଲ ଓ ଧାଓ୍ଵନ ରହିଥିବା କାରଣରୁ କିଏ ପାଳି ଓପନିଂ କରିବ କୋହଲିଙ୍କ ପାଇଁ ଏହା ଏକ ମୁଣ୍ଡ ବିନ୍ଧାର କାରଣ। ଯଦି ତିନି ଖେଳାଳିଙ୍କୁ ଅନ୍ତିମ ଏକାଦଶରେ ଜାଗା ମିଳେ ତେବେ ଏହା ଦେଖିବା ବାକି ରହିଲା ଯେ ଓପନିଂ କିଏ  କରିବ ? ଯଦି ରୋହିତ ଓ ଧାଓ୍ଵନ ଓପନିଂ କରିବେ ତେବେ ଲୋକେଶ ରାହୁଲ ତୃତୀୟରେ ବ୍ୟାଟିଂ କରିବେ ଏବଂ କୋହଲିଙ୍କୁ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ପଡ଼ିବ। 

ଧୋନୀ ଓ ପାଣ୍ଡେ ସମ୍ଭାଳିବେ ମୋର୍ଚ୍ଚା

ୟୋ ୟୋ ଟେଷ୍ଟରେ ବିଫଳ ଅମ୍ବତି ରାୟୁଡୁଙ୍କ ସ୍ଥାନରେ ସାମିଲ ସୁରେଶ ରୈନା ଦଳକୁ ମଜଭୁତ ପ୍ରଦାନ କରିବେ। ମାତ୍ର ତାଙ୍କର ଫର୍ମରେ ନିରନ୍ତରତାର ଅଭାବ ଦେଖାଯାଇଛି।  ଦିନେଶ କାର୍ତ୍ତିକଙ୍କ ରୂପେ କୋହଲିଙ୍କ ପାଖରେ ମଧ୍ୟକ୍ରମକୁମଜଭୁତ କରିବାର ଭଲ ବିକଳ୍ପ ରହିଛି। ଅନ୍ୟ ପଟେ ମହେନ୍ଦ୍ର ସିଂହ ଧୋନୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିମ୍ନ କ୍ରମରେ ବ୍ୟାଟିଂ ଭାର ସମ୍ଭାଳିବେ। ଧୋନୀ ୧୦ ହଜାର ରନରୁ ଆଉ କିଛି ରନ ଦୂରରେ ଅଛନ୍ତି। 

ଚହଲ ଓ କୁଲଦୀପ ପୁଣି ଥରେ କରିବେ ଧମାଲ

ବୋଲିଂରେ ପୁଣି ଥରେ ବଡ଼ ଦାୟିତ୍ଵ ସ୍ପିନ ଯୋଡ଼ି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଉପରେ ରହିବ। ଏହି ଦୁଇ ଜଣଙ୍କୁ ଖେଳିବା ଇଂଲଣ୍ଡ  ବ୍ୟାଟସମ୍ୟାନଙ୍କ ପାଇଁ ସହଜ ହୋଇ ନାହିଁ। ଦିନିକିଆ ସିରିଜରେ ମଧ୍ୟ ଉଭୟ ବୋଲର ଭାରତ ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇବେ। ବ୍ୟକ୍ତିଗତ ରୂପେ ଏହି ସିରିଜ୍ ଉଭୟଙ୍କ ପାଇଁ କୌଣସି ଅଗ୍ନୀ ପରୀକ୍ଷାଠୁ ମଧ୍ୟ କମ ନୁହେଁ। ଦ୍ରୁତ ବୋଲିଂ ବିଭାଗର ଯଶପ୍ରୀତ ବୁମରା ନରହିବା ଦଳ ପାଇଁ ବଡ଼ ଝଟକା ଲାଗିଛି। ତାଙ୍କ ଅନୁପସ୍ଥିତିରେ ଭୁବନେଶ୍ଵର କୁମାର ଓ ଉମେଶ ଯାଦବ ବୋଲିଂ ଭାର ସମ୍ଭାଳିବେ। 

ଇଂଲଣ୍ଡ ମଧ୍ୟ କମ ନୁହେଁ

ଇଂଲଣ୍ଡ କଥା ଯଦି କୁହାଯାଏ ତେବେ ଦଳ ସକରାତ୍ମକ ଚିନ୍ତା ନେଇ ପଡ଼ିଆକୁ ଓହ୍ଲାଇବ। ଦଳ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜରେ ୫-୦ରେ ପରାସ୍ତ କରିଛି। ଉକ୍ତ ସିରିଜ୍ ଇଂଲଣ୍ଡ ପାଇଁ ଜବରଦସ୍ତ ରହିଛି।  ଏହି ଦୃଷ୍ଟିରୁ ଇଂଲଣ୍ଡ ଦଳ ଦିନିକିଆରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ପ୍ରଥମ ମ୍ୟାଚ୍ ସେହି ପଡିଆରେ ହେଉଛି ଯେଉଁ ପଡିଆରେ ଇଂଲଣ୍ଡ ଦିନିକିଆ ଇତିହାସରେ ସର୍ବୋଚ୍ଚ ୪୮୧ ରନ କରିଛି। 

ଜବରଦସ୍ତ ଫର୍ମରେ ବଟଲର

ଇଂଲଣ୍ଡର ଶକ୍ତି ତାର ମଜଭୁତ ଆକ୍ରମଣାତ୍ମକ ବ୍ୟାଟିଂକୁ ନେଇ ରହିଛି। ଯେଉଁଥିରେ ଜୋସ୍ ବଟଲର, ଜାସନ ରୟ, ଆଲେକ୍ସ ହେଲ୍ସ, ଜୋନି ବେୟରଷ୍ଟୋ  ଓ ଅଧିନାୟକ ଇଅନ ମୋର୍ଗାନ ସାମିଲ। ବେନ ଷ୍ଟୋକ୍ସ ମଧ୍ୟ ଭାରତ ପାଇଁ ଏହି ସିରିଜରେ ବିପଦଜ୍ଜନକ ହୋଇ ପାରନ୍ତି। ବୋଲିଂରେ ଲିୟାମ ପ୍ଲୁକେଣ୍ଟ, ଷ୍ଟୋକ୍ସ, ଡେଭିଡ ଓ୍ଵିଲି, ମାର୍କ ଉଡ, ଆଦିଲ ରସିଦ  ଓ ମୋଇନ ଅଲ୍ଲୀଙ୍କ ଉପରେ ଭାରତୀୟ ବ୍ୟାଟିଂକୁ ରୋକିବାର ଦାୟିତ୍ଵ ରହିବ। 

  • Tags:

Subscribe

National International State Sports Entertainment