Home >
ୟୁଏସର ପ୍ରତିବନ୍ଧକ ମଧ୍ୟରେ ବଡ଼ ରାଜିନାମା, ଏବେ ଟଙ୍କା ଦେଇ ଇରାନଠୁ ତୈଳ କିଣିବ ଭାରତ
Khabar Odisha:india-inks-pact-with-iran-to-pay-crude-bill-in-rupee
ନୂଆଦିଲ୍ଲୀ,ଡିସେମ୍ବର୦୬(ଖବର ଓଡ଼ିଶା):

ତୈଳ ଆମଦାନୀକୁ ନେଇ ଭାରତ ଇରାନ ସହିତ ମହତ୍ଵପୂର୍ଣ୍ଣ ରାଜିନାମା କରିଛି। ଭାରତ ଇରାନକୁ ଟଙ୍କା ଦେଇ ତୈଳ ଆମଦାନୀ କରିବା ନେଇ ରାଜିନାମାରେ ହସ୍ତାକ୍ଷର କରିଛି। ଇରାନ ଉପରେ ଆମେରିକାର ନୂତନ ପ୍ରତିବନ୍ଧକ  ନଭେମ୍ବର ୫ରୁ ଲାଗୁ ହେବା ପରେ ମଧ୍ୟ  ଭାରତ ଇସଲାମିକ ରାଷ୍ଟ୍ର ସହିତ ଏମଓୟୁରେ ହସ୍ତାକ୍ଷର କରିଛି। ଏଠାରେ କହି ରଖୁଛୁ ଯେ ଆମେରିକା  ଭାରତ ଓ ଅନ୍ୟ ୭ ଦେଶକୁ ଇରାନଠୁ  ତୈଳ ଆମଦାନୀ କରିବା ଉପରେ ଜାରି କଟକଣାରେ କୋହଳ କରିଛି।

ସୂତ୍ର ମୁତାବକ ଭାରତୀୟ ରିଫାଇନାରୀ ତୈଳ ବାବଦରେ ୟୁସିଓ ବ୍ୟାଙ୍କରେ ନ୍ୟାସନାଲ ଇରାନିୟନ  ଓଏଲ କମ୍ପାନୀ(ଏନଆଇଓସି) ଖାତାରେ ଅଧା ଟଙ୍କା ଜମା କରିବେ। ବାକି ଅଧା ଧନରାଶି ଇରାନ ଭାରତୀୟ ସାମଗ୍ରୀ କ୍ରୟ ଉପରେ ଖର୍ଚ୍ଚ କରିବ। ଆମେରିକା ପ୍ରତିବନ୍ଧକ ମୁତାବକ ଭାରତ ଇରାନକୁ ଖାଦ୍ୟ ପଦାର୍ଥ,  ଔଷଧ ଓ ମେଡିକାଲ ଉପକରଣ ରପ୍ତାନୀ କରି ପାରିବ। ଏ ପର୍ଯ୍ୟନ୍ତ ଭାରତ ନିଜର ସବୁଠୁ ବଡ଼ ତୈଳ ଆପୂର୍ତ୍ତିକର୍ତ୍ତା ଦେଶକୁ ୟୁରୋପିୟନ ବ୍ୟାଙ୍କିଙ୍ଗ ଚ୍ୟାନେଲ ଜରିଆରେ ୟୁରୋରେ ଅର୍ଥ ପୈଠ କରି ଆସୁଥିଲା। ଏବେ ଏହି ଚ୍ୟାନେଲକୁ ବନ୍ଦ କରି ଦିଆଯିବ। 

ଚୀନ ପରେ ଭାରତ ଦ୍ଵିତୀୟ ତୈଳ ଆମଦାନୀକାରୀ ରାଷ୍ଟ୍ର

ଇରାନଠୁ ତୈଳ ଆମଦାନୀ କମ କରିବା ଓ ଅର୍ଥ ପୈଠ ରୋକିବା ପରେ ଭାରତକୁ ଏହି ରିଆତି ମିଳିଛି।  ୧୮୦ ଦିନ ପାଇଁ  ମିଳିଥିବା କୋହଳ ଅନୁସାରେ ଭାରତ ପ୍ରତିଦିନ ସର୍ବାଧିକ ୩ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥାଏ।  ମାତ୍ର ଚଳିତ ବର୍ଷ ଭାରତ ଦିନକୁ ହାରାହାରି ୫.୬ ଲକ୍ଷ ବ୍ୟାରେଲ ତୈଳ ଆମଦାନୀ କରୁଛି। ଚୀନ ପରେ ଇରାନଠୁ ତୈଳ କିଣିବାରେ ଭାରତ ହେଉଛି ଦ୍ଵିତୀୟ ସବୁଠୁ ବଡ଼ ଦେଶ। 

୮୦ ପ୍ରତିଶତ ତୈଳ କିଣିଥାଏ ଭାରତ

ଭାରତ ଦୁନିଆର ତୃତୀୟ ସବୁଠୁ ବଡ଼ ତୈଳ ଉପଭୋକ୍ତା ଦେଶ। ଭାରତ ନିଜର ତୈଳ ଆବଶ୍ୟକତାର ୮୦ ପ୍ରତିଶତ ଅନ୍ୟ ଦେଶରୁ ଆମଦାନୀ କରିଥାଏ। ଅନ୍ୟ ପଟେ ଇରାକ ଓ ସାଉଦି ଆରବ ପରେ ଇରାନ ହେଉଛି ତୃତୀୟ ସବୁଠୁ ବଡ଼ ତୈଳ ଆପୂର୍ତ୍ତିକର୍ତ୍ତା ଦେଶ। 

Subscribe

National International State Sports Entertainment