Home >
ବିଜେପିକୁ ଇମ୍ରାନଙ୍କ ଟାର୍ଗେଟ୍, ମୋଦୀ ସରକାର ମୁସଲିମ ବିରୋଧୀ ଓ ପାକିସ୍ତାନ ବିରୋଧୀ
Khabar Odisha:imran-khan-calls-modi-govt-anti-muslim-anti-pakistan
ଇସଲାମାବାଦ ,ଡିସେମ୍ବର ୦୭(ଖବର ଓଡ଼ିଶା):

 ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ପୁଣି ଥରେ  ଭାରତ ବିରୋଧୀ ବୟାନ ଦେଇଛନ୍ତି। ଇମ୍ରାନ ଖାନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୁସଲିମ ବିରୋଧୀ ଓ ପାକିସ୍ତାନ ବିରୋଧୀ କହିଛନ୍ତି। ଇମ୍ରାନ ଆରୋପ ଲଗାଇଛନ୍ତି ଯେ ଭାରତରେ ନିର୍ବାଚନ ନିକଟରେ ହେବାକୁ ଯାଉଛି, ତେଣୁ  ଭାରତ ପାକିସ୍ତାନ ବିରୋଧୀ ଏଜେଣ୍ଡା ପ୍ରସ୍ତୁତ କରୁଛି।

ଓ୍ଵାଶିଂଟନ ପୋଷ୍ଟକୁ ଦେଇଥିବା ଏହି ସାକ୍ଷାତକାରରେ ଇମ୍ରାନ ଏହି କଥା କହିଛନ୍ତି। ଏହି ସାକ୍ଷାତକାରରେ ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇଥିବା କରତାପୁର କରିଡର ଓ ୨୬/୧୧ ମୁମ୍ବାଇ ଆକ୍ରମଣ ମଧ୍ୟ ଉଲ୍ଲେଖ ରହିଛି। ଏହି ସମୟର ଇମ୍ରାନ କହିଛନ୍ତି ଯେ ଭାରତ ପକ୍ଷରୁ ପାକିସ୍ତାନ ଉପରେ ଯେଉଁ ସବୁ ଅଭିଯୋଗ କରାଯାଉଛି ସେସବୁ ନିରାଧାର। କେବଳ ନିର୍ବାଚନୀ ମାହୋଲକୁ ଦେଖି ଭାରତ ପାକିସ୍ତାନ ବିରୋଧୀ ବୟାନ ଦେଉଛି।

ଏହି ସାକ୍ଷାତକାରରେ ଇମ୍ରାନ ପିଏମ ନରେନ୍ଦ୍ର ମୋଦୀ ଏବଂ ବିଜେପିର ନାମ ନନେଇ ଏସବୁ ଟିପ୍ପଣୀ କରିଛନ୍ତି। ଇମ୍ରାନ କହିଛନ୍ତି ଯେ  ଭାରତର ଶାସକ ପାର୍ଟି  ମୁସଲିମ ବିରୋଧୀ ଓ ପାକିସ୍ତାନ ବିରୋଧୀ ଆଭିମୁଖ୍ୟ ଆପଣେଇଛନ୍ତି। ମୁମ୍ବାଇ ଆକ୍ରମଣର ଦୋଷୀଙ୍କୁ କଣ ପାକିସ୍ତାନ ଦଣ୍ଡ ଦେବ ? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ  ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର ଏ ତୈବାର ଆତଙ୍କୀ ଜାକି ଉର ରେହମାନ ଲକଭିଙ୍କୁ ପାକିସ୍ତାନରେ ଜାମିନ ମିଳିଛି। ଅନ୍ୟ ୬ ସନ୍ଦିଗ୍ଧଙ୍କ ବିରୋଧରେ ୯ ବର୍ଷ ଏବେ ଟ୍ରାଏଲ ଚାଲିଛି। ଏ ପର୍ଯ୍ୟନ୍ତ ଏହାର ପରିମାଣ ଆସି ନାହିଁ ପ୍ରଶ୍ନର ଉତ୍ତରରେ ଇମ୍ରାନ କହିଛନ୍ତି ଯେ କିଛି ଲୋକ ଚାହାନ୍ତି ଯେ ମୁମ୍ବାଇ ଆକ୍ରମଣକାରୀଙ୍କୁ ଦଣ୍ଡ ମିଳୁବ। 

ଇମ୍ରାନ କହିଛନ୍ତି ଯେ  ସେ ନିଜ ସରକାରଙ୍କୁ ଏହି ମାମଲାର ସ୍ଥିତି ଜାଣିବାକୁ କହିଛନ୍ତି। କାରଣ ଏହି ମାମଲାର ସମାଧାନ କରିବା ପାକିସ୍ତାନ ପାଇଁ ମଧ୍ୟ ହିତକର, କାରଣ ଏହା ଆତଙ୍କୀ କାର୍ଯ୍ୟକଳାପ ଥିଲା। ଏହି ସମୟରେ ଇମ୍ରାନ କରତାପୁର କରିଡର ବିଷୟରେ ଉଲ୍ଲେଖ କରି ଭାରତକୁ କଟାକ୍ଷ କରିବାକୁ ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ ଆଶା କରୁଛୁ ଯେ ଭାରତରେ ନିର୍ବାଚନ ପରେ ସରକାର ପୁଣି ଥରେ ଆମ ସହିତ ଆଲୋଚନା ଆରମ୍ଭ କରିବେ। 

Subscribe

National International State Sports Entertainment