Home >
ନୂତନ ବର୍ଷ ପୂର୍ବରୁ ସରକାର ଦେଲେ ଉପହାର, ଏନପିଏସ ୧୦ରୁ ୧୪ପ୍ରତିଶତକୁ ବୃଦ୍ଧି
Khabar Odisha:government-to-give-gifts-to-nps-in-14-contribution-now
ନୂଆଦିଲ୍ଲୀ ,ଡିସେମ୍ବର ୦୭(ଖବର ଓଡ଼ିଶା):

 କେନ୍ଦ୍ର ସରକାର ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି । ଗୁରୁବାର ଦିନ କ୍ୟାବିନେଟ ରାଷ୍ଟ୍ରୀୟ ପେନସନ ପ୍ରଣାଳୀରେ ସରକାର ନିଜର ଯୋଗଦାନ ବୃଦ୍ଧି କରି ମୂଳ ବେତନକୁ ୧୪ ପ୍ରତିଶତ କରିଛନ୍ତି। ଏହା ବର୍ତ୍ତମାନ ଯାଏଁ ୧୦ ପ୍ରତିଶତ ରହିଛି। ସୂଚନାରୁ ଜଣାପଡ଼ିଛି ଯେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୦ ପ୍ରତିଶତ ହିଁ ରହିବ ।

ମନ୍ତ୍ରିମଣ୍ଡଳ କର୍ମଚାରୀଙ୍କ ୧୦ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ ପାଇଁ ଆୟକର କାନୁନର ଧାରା ୮୦ସି ଆଧାରରେ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସରକାର ଓ କର୍ମଚାରୀଙ୍କ ଯୋଗଦାନ ଏନପିଏସରେ ୧୦ -୧୦ ପ୍ରତିଶତ ଅଛି । 

ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳର ଏହି ବୈଠକରେ ସରକାରୀ କର୍ମଚାରୀଙ୍କ  ଫଣ୍ଡରାଶିକୁ ୬୦ ପ୍ରତିଶତ କରାଯାଇଛି ଯାହା ପୂର୍ବେ ୪୦ ପ୍ରତିଶତ ଥିଲା । ସୂତ୍ରରୁ ଜଣାପଡ଼ିଛି ଯେ କର୍ମଚାରୀଙ୍କ ପାଖରେ ନିଶ୍ଚିତ ଆୟ ଉତ୍ପାଦ କିମ୍ବା ଅଂଶଧନରେ ଉପଯୋଗ କରିବାର ବିକଳ୍ପ ରହିବ । ମନ୍ତ୍ରିମଣ୍ଡଳଙ୍କ ନିଷ୍ପତି ଅନୁଯାୟୀ ଯଦି କର୍ମଚାରୀ ଅବସର ନେବା ସମୟରେ ଏନପିଏସରେ ଜମା ଥିବା ଟଙ୍କାର କିଛି ବି ଭାଗ ବାହାର କରିବାକୁ ଚାହୁଁନାହାନ୍ତି ଏବଂ ଏହି ୧୦୦ ପ୍ରତିଶତ ଅର୍ଥକୁ ପେନସନ ଯୋଜନାରେ ହସ୍ତାନ୍ତର କରୁଛନ୍ତି ତେବେ ପେନସନ କାଢିବା ସମୟରେ ସେମାନଙ୍କୁ ଅଧିକ ୫୦ ପ୍ରତିଶତ  ଅର୍ଥ ମିଳିବ। 

Subscribe

National International State Sports Entertainment