Home >
ବାଲେଶ୍ୱରରେ ଚାଂଚଲ୍ୟ, ଜନ୍ମକଲା ମାଆର ପ୍ରରୋଚନାରେ ଦୁଷ୍କର୍ମର ଶିକାର ନାବାଳିକା
Khabar Odisha:girl-raped-in-balesore
ବାଲେଶ୍ୱର, ସେପ୍ଟେମ୍ବର ୧୪ (ଖବର ଓଡିଶା):

ନିଜ ଜନ୍ମକଲା ମାଆଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନାବାଳିକା । ଏପରି କି ମାଆଙ୍କ ପ୍ରରୋଚନାରେ ଜଣେ ବୃଦ୍ଧ ତାଙ୍କୁ ଦୁଷ୍କର୍ମ କରିଥିବା ନାବାଳିକା ଜଣଙ୍କ କହିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ । 

ନାବାଳିକାଙ୍କ କହିବାନୁସାରେ, ତାଙ୍କୁ ଜଣେ ୬୦ ବର୍ଷର ବୃଦ୍ଧ ଦୁଷ୍କର୍ମ କରିଥିଲେ । ଏସବୁ ତାଙ୍କ ମାଆଙ୍କ ଜାଣତରେ ହୋଇଛି । ଅପରପକ୍ଷେ ସଦର ଥାନାରେ ପୀଡିତାଙ୍କ ମାଆ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଝିଅର ମାନସିକ ବିକୃତ ଥିବା ସେ କହିଛନ୍ତି । ତେବେ ପୋଲିସ୍ ଘଟଣାର ତଦନ୍ତ କରିବା ସହ ପୀଡିତାଙ୍କୁ ଏକ କନ୍ୟାଶ୍ରମକୁ ପଠାଇ ଦେଇଛି ।

  • Tags:

Subscribe

National International State Sports Entertainment