Home >
କଖାରୁ ଖାଇବା ପାଇଁ ଯଦି ପିଲାମାନେ ପସନ୍ଦ କରୁ ନାହାଁନ୍ତି ତେବେ ପ୍ରସ୍ତୁତ କରନ୍ତୁ ୟମି କଖାରୁ ରାଇତା
Khabar Odisha:food-odisha-yummy-kaddu-ka-raita-recipe
ଭୁବନେଶ୍ୱର, ଫେବୃଆରୀ ୧୨ (ଖବର ଓଡିଶା):

ପ୍ରାୟତଃ ସମସ୍ତେ କଖାରୁ କାଇବାକୁ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣଙ୍କର ଶିଶୁ କଖାରୁ ଖାଇବା ପାଇଁ ନଖରା କରୁଛନ୍ତି ତେବେ ତାଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଏହି ଡିଶ୍ । ଯାହା ପାଟିକୁ ଚଟପଟା ଲାଗିବା ସହ ସ୍ୱାଦିଷ୍ଟ ହୋଇଥାଏ । ଏହି ବ୍ୟଞ୍ଜନର ନାମ ହେଉଛି କଖାରୁ ରାଇତା । ତେବେ ଏଥିପାଇଁ କଣ ଆବଶ୍ୟକୀୟ ସାମଗ୍ରୀ ରହିଛି ଜାଣନ୍ତୁ । 

ସାମଗ୍ରୀ- ଲାଲ କଖାରୁ ୨କପ, କଂଚା ଲଙ୍କା ୧ଟି ସ୍ପୁନ, ଘିଅ ୧ଟି ସ୍ପୁନ, ଜିରା ୧ ଟି ସ୍ପୁନ, ଦହି ଶ୍ଚ କପ, କ୍ଷୀର ୧ଟେବୁଲ ସ୍ପୁନ, ଚିନି ୧ଟି ସ୍ପୁନ, ଲୁଣ ସ୍ୱାଦ ଅନୁସାରେ, ଧନିଆ ୨ ଟିସ୍ପୁନ । 

ବିଧି- ପ୍ରଥମେ ପ୍ୟାନରେ ଘିଅ ଗରମ କରି ନିଅନ୍ତୁ । ଏବେ ଏଥିରେ ଜିରା ପକାନ୍ତୁ । ଏହା ପରେ କଖାରୁ ଲୁଣ ଏବଂ ଚିନି ପକାଇ ତାକୁ ଢାଙ୍କି ଦିଅଣ୍ତୁ । ଏହାକୁ ୩ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ । ଏବେ ଏଥିରେ କିଛି କଂଚା ଲଙ୍କା ପକାନ୍ତୁ ଏବଂ ଭାଜି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ଦହି ମିଶାନ୍ତୁ ଏବଂ ୧ ଘଂଟା ପଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ । ଏବେ କିଛି ଧନିଆ ପକାଇ ଗାର୍ନିସ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କର କଖାରୁ ରାଇତା । 

Subscribe

National International State Sports Entertainment