Home >
ଅର୍ପିତ ପ୍ୟାଲେସ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୩୫ ଆହତ
Khabar Odisha:fire-mishap-odisha-arpit-palace-new-delhi-17-died-35-injured
ନୂଆଦିଲ୍ଲୀ, ଫେବୃଆରୀ ୧୨(ଖବର ଓଡିଶା):

ଜାତୀୟ ରାଜଧାନୀ ଦିଲ୍ଲୀର କାରୋଲ ବାଗରେ ଥିବା ଅର୍ପିତ ପ୍ୟାଲେସ ହୋଟେଲରେ ମଙ୍ଗଳବାର ଭୋର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏବେ ସୁଧା ଏହି ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । 

ଆଜି ସକାଳ ୪ଟାରେ ହୋଟେଲର ଉପର ମହଲାରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ମହଲାକୁ ବ୍ୟାପିଥିଲା । ହୋଟେଲରେ ନିଆଁ ଲାଗିବା ସୂଚନା ମିଳିବା ପରେ ଫାୟାର ବିଗ୍ରେଡ ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଏଯାଏଁ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବଡିପାରେ । ଏହାସହ ୩୫ରୁ ଅଧିକ ଆହତ ହୋଇଛନ୍ତି । ଶ୍ୱାସରୁଦ୍ଧ ହୋଇ ଅନେକଙ୍କ ଜୀବନହାନୀ ହୋଇଥିବା ପ୍ରାଥମିକ ସୂଚନା ମିଳିଛି  ।ଘଟଣାସ୍ଥଳରେ ପୋଲିସ, ଦମକଳ ବାହିନୀ, ସ୍ୱୟଂ ସେବୀ ସଂସ୍ଥାର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି । ସେହିଭଳି ଉଦ୍ଧାର ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ି ନାହିଁ । ପୋଲିସ ଓ ଦମକଳ ବିଭାଗ କେବଳ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଅଛି ।

  • Tags:

Subscribe

National International State Sports Entertainment