Home >
ରୋବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ ଉପରେ ଇଡିର ଚଢାଉ, ସରକାରୀ ଓକିଲଙ୍କୁ ଟାର୍ଗେଟ୍
Khabar Odisha:ed-officials-reach-3-locations-in-delhi-bengaluru-connected-to-close-aides-of-robert-vadra
ନୂଆଦିଲ୍ଲୀ, ଡିସେମ୍ବର ୦୭(ଖବର ଓଡ଼ିଶା):

 ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ଓ ବେଙ୍ଗାଲୁରୁରେ ବ୍ୟବସାୟୀ ରୋବର୍ଟ ଭଦ୍ରାଙ୍କ ସହଯୋଗୀମାନଙ୍କର ତିନୋଟି ସ୍ଥାନରେ ଚଢାଉ କରିଛି। ଏହି ଘଟଣା ପରେ ଭଦ୍ରାଙ୍କ ଓକିଲ ଗଣମାଧ୍ୟମ ସାମନାରେ ଆସି ଏହି ମାମଲାରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କହି ରଖୁଛୁ ଯେ, ଭଦ୍ରାଙ୍କ ସହଯୋଗୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏପରି ସମୟରେ କରାଯାଉଛି ଯେତେବେଳେ  ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଏବେ ଏଗଜିଟ ପୋଲ ମଧ୍ୟ ସାମ୍ନାକୁ ଆସୁଛି।

ଦିଲ୍ଳୀରେ ଭଦ୍ରାଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ “ସେମାନେ(ଇଡିର ଟିମ୍) ଆମର ସ୍କାଇଲାଇଟ ହସ୍ପିଟାଲିଟିର ସଦସ୍ୟଙ୍କୁ ଭିତରେ ବନ୍ଦ କରିରଖିଛନ୍ତି। ସେ କାହାକୁ ମଧ୍ୟ ଭିତରକୁ ପ୍ରବେଶ କରିବାକୁ ଦେଉନାହାଁନ୍ତି । ଏହାକୁ ନାଜିବାଦ ନା ଏହା ଏକ ଜେଲ ?”ଓକିଲ କହିଛନ୍ତି ସାଢେ ଚାରି ବର୍ଷ ବିତିଲାଣି କିନ୍ତୁ ତାଙ୍କୁ କିଛି ମଧ୍ୟ ମିଳିନି ଓ ସେ ମୋତେ ବାହାରେ ରଖି ପ୍ରମାଣ ଗଢିବାର ପ୍ରୟାସ କରୁଛନ୍ତି ।

Subscribe

National International State Sports Entertainment