Home >
ପ୍ରତାପ ଜେନା ଏବଂ ପ୍ରଫୁଲ ସାମଲଙ୍କୁ ଦାମଙ୍କ ଚ୍ୟାଲେଞ୍ଜ, କହିଲେ ହାରିବା ନେଇ ବ୍ୟବସ୍ଥା କରୁଛି
Khabar Odisha:dama-rout-targets-prafulla-samal-and-pratap-jena
ଭୁବନେଶ୍ୱର, ନଭେମ୍ବର ୦୮(ଖବର ଓଡିଶା):

ଶାସକ ବିଜେଡି ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଗୁମର ଖୋଲି ପ୍ରଥମେ ଦଳରୁ ଅଲୋଡା ଏବଂ ପରେ ବହିଷ୍କୃତ ହୋଇଥିବା ପାରାଦୀପ ବିଧାୟକ ଦାମ ରାଉତ ଆଜି ପୁଣି ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି । ବିଜେଡି ବିଧାୟକ ତଥା ମନ୍ତ୍ରୀ ଆଇଓସିଏଲ ଆଗରେ ବିକ୍ଷୋଭ ବେଳେ ଦାମଙ୍କୁ କରିଥିବା ସମାଲୋଚନାର ସେ ଜବାବ ଦେଇଛନ୍ତି । ଏପରି କି କିଛି ମନ୍ତ୍ରୀ ସେମାନଙ୍କ ନିର୍ବାଚନମଣ୍ଡଳୀରେ ପରାଜିତ ହେବେ ବୋଲି ଦାମ ଦ୍ରୁଢୋକ୍ତି ବାଢିଛନ୍ତି । 

ଦାମ କହିଛନ୍ତି ଯେ, ଯାଦୁଆ ଯାଦୁମଲମ ବିକୁଥିବା ବେଳେ ବାରଙ୍ଗନା ସତୀତ୍ୱ କଥା କହୁଛି । ପାରଦ୍ୱୀପ ଏବଂ କଳକାରଖାନା କହିଲେ ମତେ ବୁଝାଏ । ମୁଁ ନିଏନାହିଁ କି ସେଠାକୁ ଯାଏନାହିଁ । ଯେଉଁମାନେ ନେଉଛନ୍ତି ସେମାନେ କହୁଛନ୍ତି । କୁଳମଣି ସାମଲଙ୍କୁ ମୁଁ ରାଜନୀତିକୁ ଆଣିଥିଲେ । ସେ ନିଜ ସ୍ୱାର୍ଥରେ ବ୍ୟସ୍ତ । ପ୍ରଫୁଲ ସାମଲ ଭଣ୍ଡାରିପୋଖରୀରୁ କେମିତି ହାରିବେ ତାହାର ବ୍ୟବସ୍ଥା କରାଯିବ । ପ୍ରତାପ ଜେନା ମାହାଙ୍ଗାକୁ ଆଉ ଜିତିପାରିବେ ନାହିଁ ।  

ସୂଚନାଯୋଗ୍ୟ କି, ଆଜି ବିଜୁ ଜନତା ଦଳ ପକ୍ଷରୁ ଆଇଓସିଏଲ ଆଗରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପ୍ରତାପ ଜେନା, କୁଳମଣି ସାମଲ ଆଦି ଦାମଙ୍କୁ ସମାଲୋଚନା କରିଥିଲେ । ଏପରି କି ଦାମ ପଇସା ନେଇ ବିକ୍ଷୋଭକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରିଥିବା ସେମାନେ ଅଭିଯୋଗ କରିଥିଲେ । 

Subscribe

National International State Sports Entertainment