Home >
ଚା’ ଦେବାରେ ବିଳମ୍ବ, ଦୋକାନୀ ଉପରକୁ ତତଲା ତେଲ ଫିଙ୍ଗିଲେ ଗ୍ରାହକ
Khabar Odisha:customer-throws-hot-oil-on-shopkeeper
ନୟାଗଡ, ଡିସେମ୍ବର ୭(ଖବର ଓଡିଶା):

ନୟାଗଡ ଜିଲ୍ଲା ବକଳବନ୍ଧ ଗାଁରେ ଚା’ ଦେବାରେ ବିଳମ୍ବ କରିବାରୁ ଦୋକାନୀ ଉପରେ ତତଲା ତେଲ ଫିଙ୍ଗି ଦେଇଛି ଜଣେ ଗ୍ରାହକ । ଗୁରୁତର ଦୋକାନୀଙ୍କୁ ସ୍ଥାନୀୟ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବକଳବନ୍ଧ ଗାଁର ଚା’ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ । ଯୁଗଳ ବରାଦ ନାମକ ଏକ ଗ୍ରାହକ କୃଷ୍ଣଙ୍କୁ ଚା’ ମାଗିଥିଲେ । ମାତ୍ର କୃଷ୍ଣ ଅନ୍ୟମାନଙ୍କୁ ଚା’ ଦେଉଥିବାରୁ ଯୁଗଳଙ୍କୁ ଦେବାରେ ବିଳମ୍ବ ହୋଇଥିଲା । ଏହି କଥା ଉତ୍ତେଜିତ ହୋଇ ଯୁଗଳ କୃଷ୍ଣଙ୍କ ଉପରକୁ ଏକ କଡ଼େଇରେ ଥିବା ଗରମ ତେଲକୁ ଫିଙ୍ଗି ଦେଇଥିଲେ । ଫଳରେ ଦୋକାନୀ ଗୁରୁତର ହୋଇପଡ଼ିଥିଲେ । ସେଠାରେ ଥିବା ଅନ୍ୟ ଗ୍ରାହକମାନେ ତୁରନ୍ତ ତାଙ୍କୁ ମେଡ଼ିକାଲକୁ ନେଇ ଯାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ଶରୀରର ୪୫ ଭାଗ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି। ପୋଲିସ ଯୁଗଳକୁ ଗିରଫ କରି ପଚରାଉଚରା କରୁଛି । ସେ ଜଣେ ଢାବା ମାଲିକ ବୋଲି ନୟାଗଡ଼ ଏସ୍‌ଡିପିଓ କହିଛନ୍ତି । 

Subscribe

National International State Sports Entertainment