Home >
ଡାକ୍ତରଙ୍କୁ ଲୁଟିଲେ ନକଲି ରୋଗୀ
Khabar Odisha:crime-odisha-nabanrangpur-fake-patient-loots-indrabati-medical-doctor
ନବରଙ୍ଗପୁର, ଜାନୁଆରୀ ୧୨(ଖବର ଓଡ଼ିଶା):

ଜଣେ ଅସଲି ଡାକ୍ତରଙ୍କୁ ଲୁଟିଛନ୍ତି ନକଲି ରୋଗୀ । ଚିକିତ୍ସା ପାଇଁ ଆସିଥିବା ନକଲି ରୋଗୀ ଡାକ୍ତରଙ୍କ ଘରୁ ଡକାୟତି କରି ଚମ୍ପଟ୍‌ ମାରିଛନ୍ତି । ଘଟଣାଟି ଘଟିଛି ଇନ୍ଦ୍ରାବତୀ ସରକାରୀ ମେଡିକାଲର  ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରେ । ଡକାୟତମାନେ ଚଖମା ଦେଖାଇ  ଲୁଟ କରି ନେଇଛନ୍ତି । ଡକାୟତ ମାନେ ରୋଗୀ ହୋଇ ଘରେ ପଶିଥିଲେ ମାତ୍ର ସୁଯୋଗ ନେଇ  ଟଙ୍କା ଓ ସୁନା ଲୁଟ କରି ନେଇଛନ୍ତି ।

ଗତକାଲି ରାତିରେ ପ୍ରାୟ ୪ ଜଣ ଡକାୟତ ରୋଗୀକୁ ନେଇ ଡାକ୍ତରଙ୍କ ଘରକୁ ଆସିଥିଲେ । କିନ୍ତୁ ପରେ ସେମାନେ ମାରଣାସ୍ତ୍ର ଦେଖାଇ ଡାକ୍ତରଙ୍କ ଘରୁ ୫ ଭରି ସୁନା ସହ ୪୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଲୁଟ କରିବା ସମୟରେ ବିରୋଧ କରିବାକୁ ଡାକ୍ତର ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଡକାୟତମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଡାକ୍ତରଙ୍କ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment