Home >
ମହିଳାଙ୍କୁ ଦୁର୍ବ୍ୟବହାର , ଭିଏଲଡ଼ବ୍ଲୁଙ୍କୁ ଅଫିସରେ ରଖି ତାଲା ପକାଇଲେ ଲୋକେ
Khabar Odisha:crime-Odisha-misbehave-to-a-lady
ମୟୁରଭଞ୍ଜ ,ଜାନୁଆରୀ ୧୨(ଖବର ଓଡ଼ିଶା):

 ପୁଣି ନାରୀକୁ ଅସମ୍ମାନ । ସେ ପୁଣି ଅାଉ କେହି ନୁହନ୍ତି ସ୍ଵଂୟ ସରକାରୀ ଅଧିକାରୀ ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି।  ମହିଳାଙ୍କୁ ଦୁର୍ବ୍ୟହାର କରିଥିବା ଭିଏଲଡବ୍ଲ୍ୟୁଙ୍କୁ ପଞ୍ଚାୟତରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ ଲୋକେ। ଏହି ଘଟଣା ଏବେ ସ୍ଥାନୀୟ ଇଲାକାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଉଦଳା ବ୍ଲକ ଅନ୍ତର୍ଗତ ବଡଖିଲାଡି ପଞ୍ଚାୟତରେ ଅାଜି ଖାଉଟି ସାମଗ୍ରୀ ବଣ୍ଟନ ଚାଲିଥିଲା। ସେଥିପାଇଁ ପଞ୍ଚାୟତରେ ଉପଭୋକ୍ତାଙ୍କ ଭିଡ଼ ରହିଥିଲା। ଏହି ସମୟରେ ମହିଳାଙ୍କୁ ଭିଏଲଡବ୍ଲ୍ୟୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଲୋକେ ପ୍ରତିବାଦ କରିଥିଲେ।  ଏହା ସହିତ ଲୋକେ ଭିଏଲଡ଼ବ୍ଲୁଙ୍କୁ ବଡ଼ଖିଲାଡି ପଞ୍ଚାୟତ ଅଫିସରେ ରଖି ତାଲା ପକାଇଦେଇଥିଲେ।  

Subscribe

National International State Sports Entertainment