Home >
ନିକିତା ମୃତ୍ୟୁ ମାମଲାରେ ନୂଆ ମୋଡ଼, ଶାଶୁ ଶ୍ୱଶୁରଙ୍କ ଘରେ ଲଟକା ଝୁଲାଇବାକୁ ପୋଲିସର ଚେତାବନୀ
Khabar Odisha:crime-Odisha-cuttck-nikita-murder-mystery
କଟକ ,ଜାନୁଆରୀ ୧୨(ଖବର ଓଡ଼ିଶା):

ଲୋକପ୍ରିୟ ଟେଲିଜଗତ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଆସିଛି ନୂତନ ମୋଡ଼। ସ୍ଵାମୀ ଲିପନଙ୍କୁ ଜେଲ ପଠାଇ ତଦନ୍ତ କରୁଥିବା ପୋଲିସକୁ ନିକିତାଙ୍କ ଶାଶୁ ଘର ଲୋକ ସାହାଯ୍ୟ କରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସ ନିକିତାଙ୍କ ଶାଶୁଘରେ ଲଟକା ଲଗାଇବାକୁ ପୋଲିସ ଚେତାବନୀ ଦେଇଛି । ନିକିତାଙ୍କ ମୃତ୍ୟୁ ଘଟଣା ହତ୍ୟା ଅଭିଯୋଗ ରୁଜୁ ହେବା ପରେ ଘଟଣାର ମୋଡ଼ ବଦଳିଯାଇଛି ।

ସୂଚନା ମୁତାବକ, ନିକିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଧାରରେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଜେରା ପାଇଁ ନୋଟିସ ଦିଆଯାଇଥିଲା । ବାରମ୍ବାର ନୋଟିସ ସତ୍ୱେ ସେମାନେ ହାଜର ନ ହେଉଥିବାରୁ ତାଙ୍କ ଘରେ ଲଟକା ଲଗାଯିବା ନେଇ ନିଷ୍ପତି ହୋଇଛି । ଲଟକା ଲଗାଯିବା ନେଇ ଚେତାବନୀ ଦେଇଛନ୍ତି ଡିସିପି ଅଖିଳେଶ୍ୱର ସିଂହ । ନିକିତାଙ୍କ ଶାଶୁଶ୍ୱଶୁର ପୋଲିସ ଆଗରେ ହାଜର ହେଉ ନାହାଁନ୍ତି କିନ୍ତୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହାକୁ ନେଇ ପୋଲିସ ମନରେ କିଛି ସନ୍ଦେହ ଉପୁଜିଛି ।

ଏହା ପୂର୍ବରୁ ନିକିତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଚଳାଇବା ପରେ ଡିସିପି ନିକିତା ମୃତ୍ୟୁରେ ସ୍ୱାମୀ ଲିପନଙ୍କୁ ଦାୟୀ କରିଥିଲେ। ପାରିପାର୍ଶ୍ଵିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାର ପରେ ନିକିତାଙ୍କ ମୃତ୍ୟୁ ପାଇଁ ସଂପୂର୍ଣ୍ଣ ଭାବରେ ଲିପନଙ୍କୁ ଦାୟୀ କରିଥିଲା ପୋଲିସ।

ଘଟଣା ଦିନ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିବା ଲିପନ ସ୍ୱୀକାର ମଧ୍ୟ କରିଥିଲେ। ବଚସା ପରେ ଛାତ ଉପରେ ଦୁହିଁଙ୍କ ମଧ୍ୟରେ ଠୋଲାପେଲା ହେବାରୁ ନିକିତା ଛାତରୁ ଖସିଥିବା ନେଇ ଶ୍ରୀ ସିଂହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟାରେ କହିଥିଲେ। ଲିପନଙ୍କ ବାପା ମାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରି  ଶାଶୁଙ୍କ ସହ ନିକିତାଙ୍କ ସଂପର୍କ ଭଲ ନ ଥିବା ଜାଣିବାକୁ ପାଇଥିଲା ପ୍ରଥମେ ଏହା ଏକ ଆତ୍ମହତ୍ୟା ନେଇ ଖବର ପ୍ରକାଶ ପାଇଥିବାବେଳେ ପରେ ନିକିତାଙ୍କ ବାପା ଗଣମାଧ୍ୟମ ଆଗରେ ଲିପନ ତାଙ୍କୁ ଛାତରୁ ଠେଲି ଦେଇଥିବା ନେଇ ଅଭିଯୋଗ ଆଣିଥିଲେ ।

Subscribe

National International State Sports Entertainment