Home >
ମୋଦୀଙ୍କ ବିଦାୟ ନିଶ୍ଚିତ, ବିଚଳିତ ହୋଇ ମିଥ୍ୟା କହୁଛନ୍ତି – କଂଗ୍ରେସ
Khabar Odisha:congress-spokesperson-randeep-surjewala-says-pm-modi-lying-on-stats
ନୂଆଦିଲ୍ଲୀ,ଡିସେମ୍ବର ୦୭(ଖବର ଓଡ଼ିଶା):

 କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅାକ୍ରମଣର ପାଲଟା ଜବାବ ଦେଇ ଶୁକ୍ରବାର କହିଛି ଯେ ନିଜର ବିଦାୟ ନିଶ୍ଚିତ ଦେଖି ମୋଦୀ ମିଥ୍ୟା କହୁଛନ୍ତି। ମାତ୍ର  ଏହା ଜନତାଙ୍କ ଉୁପରେ କୌଣସି ପ୍ରଭାବ ପକାଇବ ନାହିଁ । ପାର୍ଟି ଏହା ବି ଆରୋପ ଲଗାଇଛି ଯେ ପାଂଚଟି ରାଜ୍ୟରେ ବିଧାନ ସଭା ନିର୍ବାଚନରେ କଂଗ୍ରେସର ‘ସକରାତ୍ମକ ପ୍ରଚାର’ ଅଭିଯାନର ଜବାବରେ ପ୍ରଧାନମନ୍ତ୍ରୀ  ଓ ବିଜେପି ସମ୍ପୁର୍ଣ୍ଣ ଭାବରେ ନକରାତ୍ମକ ଅଭିଯାନ ଚଲାଇଥିଲା।

“ଜାଗରଣ ଫୋରମ”ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଉଲ୍ଲେଖ କରି  କଂଗ୍ରେସର ପ୍ରବକ୍ତା ରଣଦୀପ ସୁରଜେୱାଲା ସାମ୍ବାଦିକଙ୍କୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପୁଣି ଥରେ ମିଥ୍ୟା କହିଛନ୍ତି। ଏହି ମିଥ୍ୟାର ତଥ୍ୟରୁ ସରକାର କେତେ ମିଥ୍ୟା କହୁଛନ୍ତି ତାହା ଜଣା ପଡ଼ୁଛି । ବିଧାନସଭା ନିର୍ବାଚନରେ ପରାଜିତ ହେବା ଦେଖି ପ୍ରଧାନମନ୍ତ୍ରୀ ଓ  ବିଜେପି ଚିନ୍ତିତ ଅଛନ୍ତି। ସେ ଦୃଢତାର ସହ କହିଛନ୍ତି ଯେ ମୋଦୀଙ୍କ ବିଦାୟ ନିଶ୍ଚିତ। କେବଳ ଚାରିଦିନ ରହିଲା । ମୋଦୀ , ଅମିତ ଶାହା ଓ ବିଜେପି ଯାହା ବି କହି କୁହନ୍ତୁ ଜନତାଙ୍କ ଉପରେ ତାର କୌଣସି ପ୍ରଭାବ ପଡ଼ିବନି ।

ମଧ୍ୟପ୍ରଦେଶ, ଛତିଶଗଡ଼ ,ରାଜସ୍ଥାନ ,ତେଲେଙ୍ଗାନା ଓ ମିଜୋରାମର ବିଧାନସଭା ନିର୍ବାଚନରେ କଂଗ୍ରେସର ଜିତିବା ଆଶାକୁ ନେଇ ସୁରଜେଓ୍ଵାଲା  କହିଛନ୍ତି ଡିସେମ୍ବର 11ରେ ଦେଶରେ ନୂଆ ସକାଳ ଆସିବ ଓ ନୂଆ ରାଜନୀତି ର ଆରମ୍ଭ ହେବ । ଦେଶ ସେଇ ସକରାତ୍ମକ ରାଜନୀତି  ଉପରେ ଅାଡକୁ ବଢିବ ଯାହାକୁ  ରାହୁଲ ଗାନ୍ଧୀ ଓ କଂଗ୍ରେସ ଆଗକୁ ବଢେଇଛନ୍ତି । ସେ କହିଛନ୍ତି ପିଏମ ଓ ଭାଜପାଙ୍କ ପ୍ରଚାର ଅଭିଯାନ ନକରାତ୍ମକ ଥିଲା । ଏମାନେ ଭଗବାନଙ୍କୁ ବି ଛାଡ଼ିଲେନି । ହନୁମାନଙ୍କର ଜାତିକୁ ମଧ୍ୟ ବଖାଣିଥିଲେ । ଜନତା ଏମାନଙ୍କର ଜାତି ଓ ବିଭାଜନକାରୀ ରାଜନୀତିକୁ ଖାରଜ କରିଦେଲେ । ଲୋକମାନେ କଂଗ୍ରେସର ସକରାତ୍ମକ ରାଜନୀତିକୁ ସ୍ୱୀକାର କଲେ ।

Subscribe

National International State Sports Entertainment