Home >
ବିମୁଦ୍ରାକରଣକୁ ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ, ବହୁ ବରିଷ୍ଠ ନେତା ଗିରଫ
Khabar Odisha:congress-protested-against-demonetisation-senior-leaders-get-arrested
ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡିଶା) :

ବିମୁଦ୍ରାକରଣକୁ ଦୁଇ ବର୍ଷ ପୂର୍ତି ଅବସରରେ କଂଗ୍ରେସର ବହୁ ବରିଷ୍ଠ ନେତା ଦିଲ୍ଲୀ  ଆରବିଆଇ କାର୍ଯ୍ୟାଳୟ ବାହାରେ ମୋଦୀଙ୍କ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ଆନ୍ଦୋଳନରେ ଦଳର ସଙ୍ଗଠନ ମହାସଚ୍ଚିବ ଅଶୋକ ଗହଲୋତ, ବରିଷ୍ଠ ନେତା ଆନନ୍ଦ ଶର୍ମା, ମୁକୁଳ ବାସନୀକ, ହରିୟାଣାର ପୂର୍ବତନ ମୂଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା, ଅଖିଳ ଭାରତୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ସୁଷ୍ମିତା ଦେବ, ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ କେଶବ ଚନ୍ଦ୍ର ଯାଦବ ଏବଂ ଦଳର ରାଷ୍ଟ୍ରୀୟ ସଚ୍ଚିବ ମନୀଷ ଚତରତ ଏବଂ ନସୀବ ସିଂହ ତଥା ଦଳର ବହୁ କାର୍ଯ୍ୟକର୍ତା ସାମିଲ ଅଛନ୍ତି ବୋଲି ସୂଚନା ମିଳିଛି । 

ସୂଚନାନୁଯାୟୀ, ଆରବିଆଇ କାର୍ଯ୍ୟାଳୟ ତରଫକୁ ବଢୁଥିବା ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରି ସଂସଦ ଥାନା ମାର୍ଗରେ ରଖିଛି । ତେବେ ଏହା ମୋଦୀ ସରକାରଙ୍କର ଯୋଜନା ବୋଲି ଗହଲୋତ କହିଛନ୍ତି । ବିମୁଦ୍ରାକରଣ କାରଣରୁ ଦେଶର ବହୁ ଛୋଟ ବଡ ବ୍ୟବସାୟୀଙ୍କର କ୍ଷତି ହୋଇଛି ବୋଲି ମଧ୍ୟ ସେ କହିଛନ୍ତି । ତେବେ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ କଂଗ୍ରେସ ବୁଧବାର ଠାରୁ ଘୋଷଣା କରି ସାରିଥିଲା । 

ସେହି ସମୟରେ ଏହି ମାମଲାକୁ ନେଇ ରାହୁଲ ମଧ୍ୟ ମୋଦୀ ସରକାରଙ୍କ ଉପରକୁ ଆକ୍ରମଣ କରିଥିଲେ । ସେ କହିଥିଲେ ଯେ, ମୋଦୀ ନିଜର ସୁଟ୍ ବୁଟ୍ ପିନ୍ଧୁଥିବା ମିତ୍ରମାନଙ୍କୁ ସାହାଯ୍ୟ କରୁଛନ୍ତି । ତେବେ ୨୦୧୬ ନଭେମ୍ବର ୦୮ରେ ବିମୁଦ୍ରାକରଣ ହୋଇଥିଲା । ଏଥିରେ ୫୦୦ ଏବଂ ୧୦୦୦ଟଙ୍କିଆ ନୋଟ୍ ପ୍ରଚଳନ ଉପରେ ପ୍ରତିବନ୍ଧକ ଲାଗିଥିଲା । 

Subscribe

National International State Sports Entertainment