Home >
ଛତିଶଗଡ଼ ବିଧାନସଭା ନିର୍ବାଚନ ଏଗଜିଟ୍ ପୋଲ-୨୦୧୮: କଂଗ୍ରେସ ଆଗୁଆ, ବିଜେପି ପଛରେ
Khabar Odisha:chhattisgarh-chunav-exit-polls-2018-result
ନୂଆଦିଲ୍ଲୀ, ଡିସେମ୍ବର ୦୭(ଖବର ଓଡ଼ିଶା):

ମଧ୍ୟ ପ୍ରଦେଶ ପରି ଛତିଶଗଡ଼ରେ ମଧ୍ୟ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ଵାରା କରାଯାଇଥିବା ଏଗଜିଟ୍ ପୋଲ ମୁତାବକ ଏଠାରେ କଂଗ୍ରେସ ବିଜେପିଠୁ ଆଗୁଆ ରହିଛି। ଛତିଶଗଡରେ ବିଜେପି ସରକାର ୧୫ ବର୍ଷ  ଧରି ରହିଛି। କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏଥର ଯଥା ସମ୍ଭବ ଚେଷ୍ଟା କରିଛି। ଗତ ତିନୋଟି ନିର୍ବାଚନର ଫଳାଫଳ ପ୍ରାୟତଃ ସମାନ ଥିବା ବେଳେ ଏଥର ଚିତ୍ର ଭିନ୍ନ ରହିଛି। ଟାଇମ୍ସ ନାଓ-ସିଏନଏକ୍ସର ସର୍ଭେରେ ବିଜେପିକୁ ବହୁମତ ମିଳୁଥିବା ବେଳେ ସି ଭୋଟର ସର୍ଭେରେ କଂଗ୍ରେସକୁ ୪୦ ରୁ ୫୦ ସିଟ୍ ମିଳିବାର ଅନୁମାନ କରାଯାଇଛି।

ଛତିଶଗଡ଼ର ସମସ୍ତ ୯୦ ସିଟରେ ଏଥର ଦୁଇଟି ପର୍ୟ୍ୟା୍ୟରେ ମତଦାନ ହୋଇଥିଲା। ଏହାର ଫଳାଫଳ ଡିସେମ୍ବର ୧୧ରେ ସାମ୍ନାକୁ ଆସିବ।

ଟାଇମ୍ସ ନାଓ-ସିଏନଏକ୍ସ

ଟାଇମ୍ସ ନାଓ-ସିଏନଏକ୍ସର ସର୍ଭେ ମୁତାବକ ବିଜେପିକୁ ବହୁମତ ପାଇଁ ଜରୁରୀ ୪୬ ସିଟ୍ ମିଳୁଥିବା ଦର୍ଶାଯାଇଛି। ଅନ୍ୟ ପଟେ କଂଗ୍ରେସ ଏଥର ମଧ୍ୟ କ୍ଷମତାରୁ ଦୂରରେ ରହିବାର ଅନୁମାନ କରାଯାଇଛି।

ବିଜେପି- ୪୬

କଂଗ୍ରେସ- ୩୫

ବିଏସପି+ ଜେସିସି- ୭

ଅନ୍ୟ- ୨

ନ୍ୟୁଜ୍ ନେସନ

ନ୍ୟୁଜ୍ ନେସର ସର୍ଭେ ମୁତାବକ ଛତିଶଗଡରେ କୌଣସି ପାର୍ଟିକୁ ବହୁମତ ମିଳୁନଥିବା ଦେଖାଯାଇଛି। ମାତ୍ର କଂଗ୍ରେସକୁ ୪୦ ରୁ ୪୪ ସିଟ୍ ମିଳିବାର ଅନୁମାନ କରାଯାଉଛି। ଅନ୍ୟ ପଟେ କଂଗ୍ରେସଠୁ ଅଲଗା ହୋଇ ନିର୍ବାଚନ ଲଢିଥିବା ଅଜିତ୍ ଯୋଗୀଙ୍କ ପାର୍ଟିକୁ ମଧ୍ୟ ୪ ରୁ ୮ ସିଟ୍ ମିଳିବାର ଅନୁମାନ କରାଯାଉଛି।

ବିଜେପି-  ୩୮ ରୁ ୪୨ ସିଟ୍

କଂଗ୍ରେସ- ୪୦ ରୁ ୪୪ ସିଟ୍

ଜେସିସି- ୪ ରୁ ୮ ସିଟ୍

ଅନ୍ୟ- ୦ ରୁ ୪ ସିଟ୍ 

ସି ଭୋଟର 

ସି ଭୋଟରର ସର୍ଭେ ମୁତାବକ ଛତିଶଗଡ଼ରେ କଂଗ୍ରେସକୁ ବହୁମତ ମିଳିବାର ସମ୍ଭାବନା ରହିଛି। କଂଗ୍ରେସକୁ ୪୦ ରୁ ୪୫ ସିଟ୍ ମିଳିବ ବୋଲି ଅନୁମାନ କରାଯାଇଛି। ବିଜେପିକୁ ୩୫ ରୁ  ୪୩ ସିଟ୍ ମିଳିବାର ସମ୍ଭାବନା ରହିଛି। 

ବିଜେପି- ୩୫ ରୁ  ୪୩ ସିଟ୍

କଂଗ୍ରେସ- ୪୦ ରୁ  ୫୦ ସିଟ୍

ବିଏସପି+ଜେସିସି- ୩ ରୁ ୭ ସିଟ୍

ଅନ୍ୟ – ୦ 

ଇଣ୍ଡିଆ ଟିଭି

ଇଣ୍ଡିଆ ଟିଭିର ସର୍ଭେ ମୁତାବକ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିବାର ସମ୍ଭାବନା ରହିଛି। ଅନ୍ୟ ପଟେ କଂଗ୍ରେସକୁ ୩୨ ରୁ ୩୮ ସିଟ୍ ମିଳିବାର ଅନୁମାନ କରାଯାଉଛି।

ବିଜେପି-  ୪୨ ରୁ ୫୦ ସିଟ୍

କଂଗ୍ରେସ- ୩୨ ରୁ ୩୮

ବିଏସପି+ ଜେସିସି- ୬ ରୁ ୮ ସିଟ୍ 

ଅନ୍ୟ- ୧-୩

ଏକ୍ସିସ ମାଇଁ ଇଣ୍ଡିଆ

ଏକ୍ସିସ୍ ମାଇଁ ଇଣ୍ଡିଆ ମୁତାବକ ବିଜେପିକୁ ବହୁତ ବଡ଼ ଝଟକା ଲାଗିବାକୁ ଯାଉଛି।  ବିଜେପିକୁ ୩୮  ପ୍ରତିଶତ ଓ କଂଗ୍ରେସକୁ ୪୫ ପ୍ରତିଶତ ମିଳିବ ବୋଲି ଅନୁମାନ କରାଯାଇଛି। ଅନ୍ୟ ପାର୍ଟିକୁ ୧୭ ପ୍ରତିଶତ  ଭୋଟ୍ ମିଳିପାରେ।

ବିଜେପି- ୨୧ ରୁ ୩୧ ସିଟ୍

କଂଗ୍ରେସ- ୫୫ ରୁ ୬୫ ସିଟ୍

ଅନ୍ୟ- ୪ ରୁ ୮ ସିଟ୍ 

ଲୋକନୀତି-ସିଏସଡିଏସ

ବିଜେପି- ୫୨

କଂଗ୍ରେସ- ୩୫

ଅନ୍ୟ- ୦୩

Subscribe

National International State Sports Entertainment