Home >
କଲକାତା ହାଇକୋର୍ଟ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ପଶ୍ଚିମବଙ୍ଗରେ ରଥ ଯାତ୍ରା ପାଇଁ ଦେଲା ନାହିଁ ଅନୁମତି
Khabar Odisha:calcutta-high-court-denies-permission-to-bjp-for-rath-yatra-next-hearing-on-9-january
କୋଲକାତା,ଡିସେମ୍ବର୦୬(ଖବର ଓଡ଼ିଶା):

କୋଲକାତା ଉଚ୍ଚ ନ୍ୟାୟାଳୟ ଗୁରୁବାର ପଶ୍ଚିମବଙ୍ଗ କୁଚବିହାରରେ ବିଜେପିର ପ୍ରସ୍ତାବିତ ‘ରଥ ଯାତ୍ରା’କୁ ଅନୁମତି ଦେଇ ନାହାନ୍ତି। ଅନ୍ୟ ପଟେ ପଶ୍ଚିମବଙ୍ଗ ସରକାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ କୁଚବିହାରରେ ପ୍ରସ୍ତାବିତ ‘ରଥ ଯାତ୍ରା’କୁ ଅନୁମତି ଦେବାକୁ ମନା କରିବା ସହିତ କହିଛି ଯେ ଏଥିରେ ସାଂପ୍ରଦାୟିକ ଉତ୍ତେଜନା ଉତ୍ପନ ହୋଇପାରେ। ଅଦାଲତ ବିଜେପିର ସମସ୍ତ ଜିଲ୍ଲାଧ୍ୟକ୍ଷଙ୍କ ଦଲିଲ୍ ଶୁଣିବା ପରେ ପଶ୍ଚିମବଙ୍ଗର ସମସ୍ତ ଜିଲ୍ଲା ପୋଲିସ ଅଧୀକ୍ଷକଙ୍କୁ ପାର୍ଟି ଦ୍ଵାରା ‘ରଥ ଯାତ୍ରା’ ଆୟୋଜିତ କରିବା ଉପରେ ଡିସେମ୍ବର ୨୧ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ହାଇକୋର୍ଟଙ୍କ ଏହି ନିର୍ଣ୍ଣୟ ଉପରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଜୟ ପ୍ରକାଶ ମଜୁମଦାର ହାଇକୋର୍ଟର ଏହି ନିର୍ଣ୍ଣୟ ଉପରେ କହିଛନ୍ତି ଯେ ଶୁକ୍ରବାର ସକାଳେ ଦଳ ଖଣ୍ଡ ନ୍ୟାୟପୀଠ ଯିବ। ଭାରତୀୟ ସମ୍ବିଧାନ ଆଧାରରେ କୌଣସି ପ୍ରକାର ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ କରିବାକୁ ଅନୁମତି ରହିଛି, ଏହି ଆଧାରରେ ଆମେ ନ୍ୟାୟ ମାଗିବୁ ବୋଲି ବିଜେପି କହିଛି।

ସୂଚନାଯୋଗ୍ୟ ବିଜେପି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବଂ ସମସ୍ତ ୪୨ ଲୋକସଭା ନିର୍ବାଚନ କ୍ଷେତ୍ରରେ  ତିନୋଟି ‘ରଥ ଯାତ୍ରା’ କରିବାର କାର୍ୟ୍ୟତକ୍ରମ ରହିଛି।  ରାଲି ଆୟୋଜନ କରିବାକୁ ଦେଇଥିବା ଆବେଦନ ଉପରେ କୌଣସି ଜବାବ ନମିଳିବାରୁ ବିଜେପି ଅଦାଲତରର ଦ୍ଵାରସ୍ଥ ହୋଇଥିଲା। ମାତ୍ର ଅଦାଲତ ମଧ୍ୟ ଅମିତ୍ ଶାହାଙ୍କ ଏହି ରାଲିକୁ ଅନୁମତି ଦେଇ ନାହାନ୍ତି। ବିଜେପି ଡିସେମ୍ବର ୭ରୁ ଉତ୍ତରରେ କୁଚବିହାରରୁ ଅଭିଯାନ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଡିସେମ୍ବର ୯ରେ ଦକ୍ଷିଣ ଚବିଶି ପ୍ରଗଣା ଜିଲ୍ଲା ଓ ଡିସେମ୍ବର ୧୪ରେ ବୀରଭୂମି ଜିଲ୍ଲାର ତାରାପୀଠ ମନ୍ଦିରରୁ ବିଜେପି ‘ରଥ ଯାତ୍ରା’ ଆରମ୍ଭ କରିବାର କାର୍ୟ୍ୟ୍କ୍ରମ ରହିଛି। 

Subscribe

National International State Sports Entertainment