Home >
ଏସସି ଏସଟି ଆଇନକୁ ବିରୋଧ, ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଏହି ବ୍ୟକ୍ତି
Khabar Odisha:c-st-act-all-india-hindu-mahasabha-member-pooja-shakun-pandey-wrote-letter-to-president-euthanasia
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫(ଖବର ଓଡିଶା):

ଏସସି ଆସଟି ଆକ୍ଟରେ ନିକଟରେ ହୋଇଥିବା ସଂଶୋଧନକୁ ବିରୋଧ କରି ଅଖିଳ ଭାରତ ହିନ୍ଦୁ ମହାସଭା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ସଂଗଠନର ରାଷ୍ଟ୍ରୀୟ ସଚିବ ପୂଜା ସକୁନ ପାଣ୍ଡେୟ ନିଜ ରକ୍ତରେ ୮ ପୃଷ୍ଠାର ଏକ ପତ୍ର ଲେଖି ରାଷ୍ଟ୍ରପତିଙ୍କ ପାଖକୁ ଇଚ୍ଛା ମୃତ୍ୟୁ ପାଇଁ ପଠାଇଛନ୍ତି । ତାଙ୍କ କହିବାନୁସାରେ ମୋଦୀ ସରକାର ଭୋଟ୍ ବ୍ୟାଙ୍କ୍ ପାଇଁ ହିନ୍ଦୁ ସମାଜକୁ ବିଭାଜିତ କରୁଛନ୍ତି ।

ସେ କହିଛନ୍ତି କି, ଏହା ସମ୍ବିଧାନର ସମାନତା ଅଧିକାରକୁ ଉଲଙ୍ଘନ କରୁଛି । ଫଳରେ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହ ସଂଗଠନର ଆହୁରି ୧୫ଜଣ ଅଧିକାରୀ ନିଜ ରକ୍ତରେ ଚିଠି ଲେଖି ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଏହି ଅବସରରେ ପୂଜା ଗଣମାଧ୍ୟମ ସହ ମଧ୍ୟ ଆଲୋଚନା କରିଛନ୍ତି । 

ସେ ସାମ୍ବାଦିକଙ୍କ ସାମ୍ନାରେ ନିଜ ଦେହରୁ ରକ୍ତ ବାହାରି କରି ରାଷ୍ଟ୍ରପତିଙ୍କ ସମ୍ବୋଧିତ ପତ୍ରରେ ଲେଖିଛନ୍ତି ଯେ, ହିନ୍ଦୁମାନଙ୍କୁ ବିଭାଜନ କରିବା ପାଇଁ ଚେଷ୍ଟା ଚାଲୁଛି । ଏସସି ଏସଟି ଆକ୍ଟର ଦୂରପଯୋଗ ହେଉଛି । ସୁପ୍ରିମକୋର୍ଟରେ ଆଇନର ନୂଆ ସଂଶୋଧନ ଆସିବା ପରେ ସବର୍ଣ୍ଣ ଏବଂ ଓବିସିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଆଇନ ଭବିଷ୍ୟତରେ ଅନେକ ଜଣଙ୍କ ଆତ୍ମହତ୍ୟା ପାଇଁ ଦାୟୀ ରହିବ ବୋଲି ସେ କହିଛନ୍ତି । 

ତାଙ୍କ କହିବାନୁସାରେ ସମ୍ବିଧାନର ଧାରା ୧୪ ଏବଂ ୧୫ ଅନୁଯାୟୀ ନ୍ୟାୟ ଏବଂ ଶିକ୍ଷା କ୍ଷେତ୍ରରେ ସମାନତା ଅଧିକାର ଦିଆଯାଇଛି । କିନ୍ତୁ ଏସସି ଏସଟି ଆଇନ ଏହି ଅଧିକାରକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରୁଛି । ସେ ଏହି ଉଲଙ୍ଘନକୁ ସହି ପାରୁ ନାହାନ୍ତି । ତେଣୁ  ଇଛାମୃତ୍ୟୁ ହିଁ ଏକ ମାତ୍ର ରାସ୍ତା ବୋଲି ସେ ନିଷ୍ପତି ନେଇଛନ୍ତି ।

  • Tags:

Subscribe

National International State Sports Entertainment