Home >
ନୂତନ ଚ୍ୟାନେଲ ଚୟନ କରିନଥିବା ଉପଭୋକ୍ତାଙ୍କୁ ଟ୍ରାଇ ଦେଲା ଆଶ୍ଵସ୍ତି, ସମୟ ସୀମା ମାର୍ଚ୍ଚ ୩୧କୁ ବୃଦ୍ଧି
Khabar Odisha:business-odisha-trai-extends-deadline-till-31-march-for-channels-selection
ନୂଆଦିଲ୍ଲୀ, ଫେବୃଆରୀ ୧୨(ଖବର ଓଡ଼ିଶା):

ଟେଲିକମ ରେଗ୍ୟୁଲେଟରୀ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) କେବୁଲ ଓ ଡିଟିଏଚ ଗ୍ରାହକଙ୍କୁ ଆଶ୍ଵସ୍ତି ଦେଇ ନିଜ ମନ ପସନ୍ଦର ଚ୍ୟାନେଲ୍ସ ଚୟନ କରିବାର ସମୟ ସୀମାକୁ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ପୂର୍ବେ ନୂତନ ଚ୍ୟାନେଲ ଚୟନ କରିବାର ଶେଷ ତାରିଖ ଫେବୃଆରୀ ୧ ରହିଥିଲା। 

ଟ୍ରାଇ ମୁତାବକ, ଦେଶରେ ପ୍ରାୟ ୧୦ କୋଟି କେବୁଲ ଟିଭି ଗ୍ରାହକ ଓ ୬.୭ କୋଟି ଡିଟିଏଚ ଉପଭୋକ୍ତା ଅଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ୬୫ ପ୍ରତିଶତ କେବୁଲ ଗ୍ରାହକ ଓ ୩୫ ପ୍ରତିଶତ ଡିଟିଏଚ ଗ୍ରାହକ ନିଜ ପସନ୍ଦର ଚ୍ୟାନେଲ ଚୟନ କରିସାରିଛନ୍ତି। 

ଟ୍ରାଇ କହିଛି ଯେ, ବ୍ୟାପକ ଜନହିତକୁ ଦୃଷ୍ଟିରେ ରଖି ସମସ୍ତ ବିତରଣକାରୀ ପ୍ଲାଟଫର୍ମ ଅପରେଟର୍ସଙ୍କୁ ଆଦେଶ ଦିଆଯାଉଛି ଯେ,  ଯେଉଁ ଗ୍ରାହକ ଚ୍ୟାନେଲ ନେଇ ନିଜର ବିକଳ୍ପ ଚୟନ କରି ନାହାନ୍ତି ସେମାନଙ୍କୁ  ‘ବେଷ୍ଟ ଫିଟ୍ ପ୍ଲାନ’ ରେ ଟ୍ରାନ୍ସଫର କରାଯାଉ। ଯେ ପର୍ଯ୍ୟନ୍ତ ଗ୍ରାହକ ନିଜର ମନ ପସନ୍ଦର ଚ୍ୟାନେଲ ଚୟନ କରି ନାହାନ୍ତି ସେମାନଙ୍କୁ ବେଷ୍ଟ ଫିଟ୍ ପ୍ଲାନରୁ କାଢି ନିଆଯାଇ ପାରିବ ନାହିଁ। ସେମାନେ ନିଜର ବର୍ତ୍ତମାନ ପ୍ଲାନକୁ ଜାରି ରଖି ପାରିବେ। 

ଟ୍ରାଇ କେବୁଲ ଓ ଡିଟିଏଚକୁ ନିଜର ଗ୍ରାହକଙ୍କୁ ଫେବୃଆରୀ ୧ ପର୍ଯ୍ୟନ୍ତ ନୂତନ ଟାରିଫ ସିଷ୍ଟମରେ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସିଷ୍ଟମ ଆଧାରରେ ଉପଭୋକ୍ତାଙ୍କୁ କେବଳ ସେହି ଚ୍ୟାନେଲର ଚୟନ କରିବେ ଏବଂ ପଇସା , ଯେଉଁ ଚ୍ୟାନେଲକୁ ସେମାନେ ଦେଖିବାକୁ ଚାହୁଁଛନ୍ତି।

  • Tags:

Subscribe

National International State Sports Entertainment