Home >
କାହିଁ ରୋଜଗାର ? ପ୍ରଶ୍ନ ପଚାରୁଥିବା ଲୋକେ ଏହି ଖବର ନିଶ୍ଚୟ ପଢନ୍ତୁ...
Khabar Odisha:business-odisha-finance-minister-announces-new-jobs-in-modi-govt-big-achievements
ନୂଆଦିଲ୍ଲୀ,ଫେବୃଆରୀ୧୨(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠୁ ଦେଶରେ ବେରୋଜଗାରକୁ ନେଇ ଗତ ଦିନରେ ମାହୋଲ ଗରମାଗରମ ରହିଛି। ଏମିତି ସମୟରେ ସରକାରଙ୍କ ଦ୍ଵାରା ଫେବୃଆରୀ ୧ରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ କୁହାଯାଇଛି ଯେ, ୨୦୧୭ ରୁ ୨୦୧୯ ମଧ୍ୟରେ ସରକାର ଦ୍ଵାରା ବିଭିନ୍ନ ବିଭାଗରେ ୩ ଲକ୍ଷ ୭୯  ହଜାର ନିଯୁକ୍ତି ଦିଆଯାଇଛି।

ସରକାର କହିଛନ୍ତି ଯେ, ୨୦୧୭ ରୁ ୨୦୧୮ ମଧ୍ୟରେ କେନ୍ଦ୍ରୀୟ ସରକାର ୨ ଲକ୍ଷ ୫୧ ହଜାର ୨୭୯ ନିଯୁକ୍ତି ବାହାର କରିଥିଲେ। ଫେବୃଆରୀ ୧ରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଦ୍ଵାରା ପ୍ରସ୍ତୁତ ଅନ୍ତରୀଣ ବଜେଟର ଦସ୍ତାବିଜ  ବିଶ୍ଳେଷଣରୁ ଅନୁମାନ କରାଯାଉଛି ଯେ, ୨୦୧୯ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଏହା ନିଯୁକ୍ତି ସଂଖ୍ୟା ୩,୭୯,୫୪୪ରୁ ବୃଦ୍ଧି ପାଇ ୩୬, ୧୫, ୭୭୦ ପର୍ଯ୍ୟନ୍ତ ପହଞ୍ଚିବ। 

ସରକାରଙ୍କ ଦ୍ଵାରା ଉପସ୍ଥାପିତ ଏହି ରେକର୍ଡ ଜାଣିବା ଏଥିପାଇଁ ବହୁତ ଜରୁରୀ ରହିଛି, କାରଣ କଂଗ୍ରେସ କ୍ରମାଗତ ବିଜେପିକୁ ବେରୋଜଗାର ପ୍ରସଙ୍ଗ ନେଇ ଘେରି ଆସିଛି। 

୨୦୧୯ ଫେବୃଆରୀ ୭ ଗୁରୁବାର ସଂସଦରେ ପିଏମ ମୋଦୀ କହିଛନ୍ତି ଯେ, ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ), ନ୍ୟାସନାଲ ପେନସନ ଯୋଜନା(ଏନପିଏସ), ଆୟ କର ଭରୁଥିବା ଓ ଗାଡି କ୍ରୟରୁ ବାହାରିଥିବା ତଥ୍ୟ ଏହା ଦର୍ଶାଉଛି ଯେ, ସଙ୍ଗଠିତ ଓ ଅସଙ୍ଗଠିତ ସଂସ୍ଥାକୁ ମିଶାଇ କୋଟି ସଂଖ୍ୟାରେ ଚାକିରି ସୃଷ୍ଟି କରାଯାଇଛି। 

ଉଲ୍ଲେଖଯୋଗ୍ୟ, ଅଧିକାଂଶ ନିଯୁକ୍ତି ରେଳ ମନ୍ତ୍ରଣାଳୟ, ପୋଲିସ ବଳ, ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ କର ବିଭାଗ ଦ୍ଵାରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବଜେଟରେ ଏହା ଉଲ୍ଲେଖ ରହିଛି ଯେ, ବିଭାଗୀୟ ସ୍ତରରେ କେଉଁ କେଉଁ କ୍ଷେତ୍ରରେ କେତେ ନିଯୁକ୍ତି ଦିଆଯାଇଛି।

ବଜେଟରେ ଉପସ୍ଥାପିତ ତଥ୍ୟରେ କୁହାଯାଇଛି ଯେ, ଭାରତୀୟ ରେଲଓ୍ଵେରେ ୨୦୧୯ ମାର୍ଚ୍ଚ ୧ ସୁଦ୍ଧା ୯୮,୯୯୯ ଜଣଙ୍କୁ ନିଯୁକ୍ତ ଦେବାର ପ୍ରସ୍ତୁତି ହୋଇ ସାରିଛି। ଏହା ବ୍ୟତୀତ ପୋଲିସ ବିଭାଗରେ ୨୦୧୯ ମାର୍ଚ୍ଚ ୧ ସୁଦ୍ଧା ୭୯,୩୫୩ ଅତିରିକ୍ତ ନିଯୁକ୍ତି ବାହାର କରାଯିବ। ଏହି ପରି ପ୍ରତ୍ୟକ୍ଷ କର ବିଭାଗରେ ୨୦୧୯ ମାର୍ଚ୍ଚ ୧ ସୁଦ୍ଧା ୮୦,୧୪୩ ପର୍ଯ୍ୟନ୍ତ ପହଞ୍ଚିବ। ସରକାର କହିଛନ୍ତି ଯେ, ଅପ୍ରତ୍ୟକ୍ଷ କର ବିଭାଗରେ ୨୦୧୭ ମାର୍ଚ୍ଚରେ ୫୩,୩୯୪ ଲୋକ କାର୍ଯ୍ୟରତ ଥିଲେ, ମାତ୍ର ୨୦୧୮ ସୁଧା ଏହା ବୃଦ୍ଧି ପାଇ ୯୨,୮୪୨ ପର୍ଯ୍ୟନ୍ତ ପହଞ୍ଚିଛି। 

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୨୦୧୯ ମାର୍ଚ୍ଚ ୧ ସୁଦ୍ଧା ୨,୩୬୩ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ବେଳେ ୨୦୧୭ ମାର୍ଚ୍ଚ ଏହି ସମୟରେ ୧୧୭୪ କର୍ମଚାରୀ କାମ କରୁଥିଲେ। ଏହିପରି ଡାକ ବିଭାଗରେ ୨୦୧୯ ମାର୍ଚ୍ଚ ୧ ପର୍ଯ୍ୟନ୍ତ  ୪, ୨୧, ୦୬୮ କର୍ମଚାରୀ ରହିଥିବେ। ଏହା ସହିତ ଅନୁମାନ କରାଯାଉଛି ଯେ, ଆଗାମୀ ମାସ ସୁଦ୍ଧା ବୈଦେଶିକ ମନ୍ତ୍ରଣାଳୟରେ ମଧ୍ୟ ୧୧,୮୭୭ କର୍ମଚାରୀ କାମ କରୁଥିବେ। ଯାହା ୨୦୧୭ ପର୍ଯ୍ୟନ୍ତ କେବଳ ୧୦,୦୪୪ କର୍ମଚାରୀ କାମ କରୁଥିଲେ।

  • Tags:

Subscribe

National International State Sports Entertainment