Home >
ରୋଜଗାର ପାଇଁ ଗୋଳ୍ଫ ରାଷ୍ଟ୍ର ଯାଉଥିବା ଲୋକଙ୍କ ସଂଖ୍ୟାରେ ୫ ବର୍ଷରେ ୬୨ ପ୍ରତିଶତ ହ୍ରାସ ହୋଇଛି
Khabar Odisha:business-news-odisha-Migration-To-Gulf-For-Jobs-Drops-62-Percent
ନୂଆଦିଲ୍ଲୀ,ଜାନୁଆରୀ ୧୨ (ଖବର ଓଡିଶା)

ରୋଜଗାର ପାଇଁ ଗୋଲ୍ଫ ଦେଶକୁ ଯାଉଥିବା ଭାରତୀୟଙ୍କ ସଂଖ୍ୟାରେ ବହୁତ କମ ହୋଇଛି । ୨୦୧୭ ତୁଳନାରେ ୩୦ ନେଭେମ୍ବର ୨୦୧୮ ପର୍ଯ୍ୟନ୍ତ ଏହି ୧୧ ମାସରେ ଗୋଳ୍ଫ ଦେଶ ଯିବା ପାଇଁ ଇମିଗ୍ରେସନ କ୍ଲିୟରନ୍ସରେ ୨୧ ପ୍ରତିଶତ କମ ହୋଇ ଏବେ ଏହା ୨.୯୫ ଲକ୍ଷରେ ପହଞ୍ଚିଛି । ଗତ ୫ ବର୍ଷରେ ସର୍ବାଧିକ ୭.୭୬ ଲକ୍ଷ ଲୋକ ଏହି ଗୋଳ୍ଫ ଦେଶକୁ ଯାଇଛିନ୍ତି ଏହା ତୁଳନାରେ ୨୦୧୮ ରେ ଅହି ସଂଖ୍ୟାରେ ୬୨ ପ୍ରତିଶତ କମ ହୋଇଛି । ଏହି ସବୁ ତଥ୍ୟ ଇ-ମାଇଗ୍ରେଟ ଇମିଗ୍ରେସନ କ୍ଲିୟରେନ୍ସ ଡାଟାରୁ ଜଣା ପଡିଛି । 

ଗତ ବର୍ଷ ଡିସେମ୍ବରରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ଦିଆଯାଇଥିବା ଗୋଟିଏ ରିପୋର୍ଟରେ ଦର୍ଶାଯାଇଛି ଯେ ଗୋଳ୍ଫ ରାଷ୍ଟ୍ର ଗୁଡିକୁ ଯାଉଥିବା ଲୋକଙ୍କ ସଂଖ୍ୟା କମିବାର କେତେ ଗୁଡାଏ କାରଣ ରହିଛି । ଏଥିରେ କୁହାଯାଇଛି ଯେ ତୈଳ ଦୈର କମିବା , ଗୋଳ୍ଫ ଦେଶ ଗୁଡିକରେ ଚାଲିଥିବା ଆର୍ଥିକ ମାନ୍ଦା ସ୍ଥିତି ଏବଂ ବିଭିନ୍ନ ସଂସ୍ଥା ଗୁଡିକରେ ସ୍ଥାନୀୟ ନାଗରିକଙ୍କ ନିଯୁକ୍ତି ଏହାର କରାଣ ହୋଇପାରେ । 

Subscribe

National International State Sports Entertainment