Home >
ବିଜେପିର ରଥ ଯାତ୍ରା ଉପରେ ରୋକ୍ ଲଗାଇବା ନିଷ୍ପତ୍ତିକୁ ଖାରଜ କଲେ କଲକାତା ହାଇକୋର୍ଟ
Khabar Odisha:bjps-rath-yatra-in-west-bengal-matter-the-division-bench-of-calcutta-high-court-directs-three-bjp-representative
କୋଲକାତା, ଡିସେମ୍ବର ୦୭(ଖବର ଓଡ଼ିଶା):

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ବିଜେପି) ଦ୍ଵାରା ପ୍ରସ୍ତାବିତ ରଥଯାତ୍ରା ଉପରେ ରୋକ୍ ଲଗାଇବା ଆଦେଶକୁ କଲକାତା ହାଇକୋର୍ଟର ଖଣ୍ଡ ନ୍ୟାୟପୀଠ ଖାରଜ କରିଛନ୍ତି।  ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଗୁରୁବାର ହାଇକୋର୍ଟର ଏକ ଜଣିଆ ଖଣ୍ଡପୀଠ ବିଜେପିର ରଥଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ମନା କରି ଦେଇଥିଲେ।

ଏହି ମାମଲାରେ ଶୁଣାଣି କରି ଶୁକ୍ରବାର ହାଇକୋର୍ଟର ଖଣ୍ଡ ନ୍ୟାୟପୀଠ ବିଜେପିର ତିନି ଜଣ ପ୍ରତିନିଧିତ୍ଵଙ୍କୁ ରାଜ୍ୟର ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କ ସହ ଡିସେମ୍ବର ୧୨ ସୁଦ୍ଧା ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଡିସେମ୍ବର ୧୪ରେ ଏହି ମାମଲାର ଅନ୍ତିମ ଶୁଣାଣି କରିବେ। 

ଉଲ୍ଲେଖଯୋଗ୍ୟ ବିଜେପି ଡିସେମ୍ବର ୭ରୁ ଉତ୍ତରରେ କୁଚବିହାର ଜିଲ୍ଲାରୁ ରଥ ଯାତ୍ରା ବାହାର କରିବାକୁ ବିଜେପିର ଯୋଜନା ଥିଲା। ଏହା ପରେ ଡିସେମ୍ବର ୯ରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଓ ଡିସେମ୍ବର ୧୪ରେ ବୀରଭୂମି ଜିଲ୍ଲାର ତାରାପୀଠ ମନ୍ଦିରରୁ ଭାରତୀୟ ଜନତା ପାର୍ଟିର ରଥା ଯାତ୍ରା ଆରମ୍ଭ ହେବାର କାର୍ୟ୍ୟ କ୍ରମ ଥିଲା। ଏହି କାର୍ଯ୍ୟକ୍ରମର ଆୟୋଜନ ପୂର୍ବରୁ ପଶ୍ଚିମବଙ୍ଗର ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ଉପରେ ଗୁରୁବାର ସେହି ସମୟରେ ଆକ୍ରମଣ ହୋଇଥିଲା, ଯେବେ ସେ ଯାତ୍ରା ପାଇଁ ପ୍ରସ୍ତାବିତ ମାର୍ଗରେ ବାହାରୁଥିଲେ। 

ରାଜ୍ୟ ସରକାରଙ୍କ ଓକିଲ ଏକେ ନାଗଙ୍କ କହିବା କଥା ଡିସେମ୍ବର ୨୧ ପର୍ୟ୍ୟଁନ୍ତ ସମ୍ବନ୍ଧିତ ଜିଲ୍ଲାର ପୋଲିସ ଅଧୀକ୍ଷକ ବିଜେପି ଜିଲ୍ଲା ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବେ ଏବଂ ଜାନୁଆରୀ ୯ ସୁଦ୍ଧା କଲକାତା ହାଇକୋର୍ଟରେ ରିପୋର୍ଟ ଫାଇଲ କରିବେ। ସେ ପର୍ଯ୍ୟନ୍ତ ଅଦାଲତ ବିଜେପିର ରଥଯାତ୍ରା ଉପରେ ରୋକ୍ ଲଗାଇଛନ୍ତି। ଏହି ମାମଲାରେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି ଯେ ଆମେ ପୋଲିସ ସହିତ ପରାମର୍ଶ କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବୁ। 

Subscribe

National International State Sports Entertainment