Home >
ଦିଦିଙ୍କ ଉପରେ ବର୍ଷିଲେ ଅମିତ ଶାହା, କହିଲେ- ପଶ୍ଚିବଙ୍ଗରେ ବିଜେପିର ରଥଯାତ୍ରାକୁ କେହି ରୋକି ପାରିବେ ନାହିଁ
Khabar Odisha:bjp-president-amit-shah-will-not-go-to-west-bengal-for-rath-yatra
କୋଲକାତା, ଡିସେମ୍ବର ୦୭ (ଖବର ଓଡିଶା) :

ପଶ୍ଚିମବଙ୍ଗରେ ରଥଯାତ୍ରା ରୋକିବାକୁ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଛି । ଆଜି ଏହି ମାମଲାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅମିତ ଶାହା ଗର୍ଜିଛନ୍ତି । ମମତା ଲୋକତନ୍ତ୍ରର ତଂଟି ଚିପୁ ଥିବା ଶାହା ଅଭିଯୋଗ ଆଣିଛନ୍ତି । ଶାହା କହିଛନ୍ତି କି, ପଂଚାୟତ ନିର୍ବାଚନ ପରେ ମମତାଙ୍କ ନିଦ ଉଡି ଯାଇଛି । ସେ ବିଜେପିକୁ ଡରୁଛନ୍ତି । ତେବେ ରଥଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିବା ନିଷ୍ପତି ବିରୁଦ୍ଧରେ ବିଜେପି କୋଲକତା ହାଇକୋର୍ଟରେ ଅପିଲ କରିଛନ୍ତି । 

ଶାହା ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି କି, ରାଜ୍ୟରେ ସରକାର ଶାସନର ଦୂରୁପଯୋଗ କରୁଛନ୍ତି ଏବଂ ଜନତାଙ୍କର ସ୍ୱର ଦବେଇବାକୁ ଚେଷ୍ଟା କରୁଛନ୍ତି । ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଠାରୁ ୮ଥର ଅନୁମତି ମଗା ସାରିଲାଣି । କିନ୍ତୁ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଉ ନାହାଁନ୍ତି । ଏବେ ବିଜେପିର ରଥଯାତ୍ରା ରୋକିବା ପରେ ଏହା ସାଂପ୍ରାଦାୟିକ ହିଂସାର କାରଣ ହୋଇ ସରିଲାଣି । ଶାହା ପୁଣି କହିଛନ୍ତି କି, ମମତା ବାନାର୍ଜୀଙ୍କ କାର୍ଯ୍ୟକାଳରେ ସବୁଠାରୁ ଅଧିକ ହିଂସା ହୋଇଛି । ସେ ପଂଚାୟତ ନିର୍ବାଚନରେ ୭ହଜାର ରୁ ଅଧିକ ଆସନରୁ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତେଣୁ ଏହା ଦ୍ୱାରା ମମତା ଭୟଭୀତ ଅଛନ୍ତି । 

ବିଜେପି ଅଭିଯୋଗ ଆଣିଛିି ଯେ, ପଂଚାୟତ ନିର୍ବାଚନ ସମୟରେ ବିଜେପିର ୨୦ କାର୍ଯ୍ୟକର୍ତାଙ୍କର ହତ୍ୟା ହୋଇଛି । ସମସ୍ତ ହତ୍ୟା ପଛରେ ଟିଏମସି ନେତାଙ୍କ ହାତ ରହିଛି । ତେଣୁ ଏହାଦ୍ୱାରା ରାଜ୍ୟରେ କଣ ପ୍ରଗତି ହୋଇଛି ବୋଲି ବିଜେପି ପ୍ରଶ୍ନ କରିଛି । ଦେଶରେ ହେଉଥିବା ହତ୍ୟାକାଣ୍ଡର ୧୦୦ ପ୍ରତିଶତ ପଶ୍ଚିମବଙ୍ଗରେ ହେଉଛି । ରାଜ୍ୟରେ ସରକାର ଭୋଟବ୍ୟାଙ୍କର ରାଜନୀତି କରୁଛନ୍ତି । ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାରଙ୍କର କୌଣସି କ୍ଷମତା ନାହିଁ । ରାଜ୍ୟରେ ସମସ୍ତ ଜିନିଷର ରେଟ ଫିକ୍ସ ରହିଛି । ମେଡିକାଲ ଦାଖିଲା ପାଇଁ ୧୫ ଲକ୍ଷ ଟଙ୍କାର ଲାଂଚ ନିଆଯାଉଛି । ବଙ୍ଗାଳର ଜନତା ଏବେ ପରିବର୍ତନ ପାଇଁ ପ୍ରସ୍ତୁତ ଅଛନ୍ତି । ଟିଏମସି ହତ୍ୟାକାରୀଙ୍କୁ ସ୍ଥାନ ଦେଉଛି । ବିଜେପି ମମତାଙ୍କ ଦମନ ନୀତିକୁ ବହୁତ ଶୀଘ୍ର ସମାପ୍ତ କରିବ । 

ସୂଚନାନୁଯାୟୀ, ପଶ୍ଚିମବଙ୍ଗ ହାଇକୋର୍ଟ ବିଜେପି ଦ୍ୱାରା ପ୍ରସ୍ତାବିତ ରଥଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ହାଇକୋର୍ଟର ଏହି ବାବଦରେ ଆଗାମୀ ଶୁଣାଣି ଜାନୁୟାରୀ ୯ରେ ହେବାକୁ ଯାଉଛି । ତେବେ ଡିସେମ୍ବର ୭ରୁ ବିଜେପିର କୂଚବିହାରରୁ ଆଭିଯାନ ଆରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ ଶାହାଙ୍କର ଲୋକତନ୍ତ୍ର ବଂଚାଅ ରାଲି କରା ଯିବ ଯେଉଁଥିରେ ରଥଯାତ୍ରା ସାମିଲ ହେବ ।       

Subscribe

National International State Sports Entertainment