Home >
ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀ ମୁହାଁମୁହିଁ
Khabar Odisha:biju-juba-bahini-conflict-basudevpur-bhadrak
ଭଦ୍ରକ, ନଭେମ୍ବର ୦୯(ଖବର ଓଡିଶା):

ପଦାରେ ପଡିଲା ବିଜେଡି କନ୍ଦଳ । ସର୍ବ ସମ୍ମୁଖରେ ହାତାହାତି ହେଲେ ବିଜୁ ଯୁବ ବାହିନୀ ସଦସ୍ୟ ।  ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳରେ । ବିଭିନ୍ନ ଜନମଙ୍ଗଳକାରୀ କାର୍ଯାକ୍ରମକୁ ନ ଡାକିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । 

ସୂଚନା ମୁତାବକ, ଆଜି ବାସୁଦେବପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା  । ଏହାକୁ ବିଜୁ ଯୁବ ବାହିନୀର ଗୋଟିଏ ଗୋଷ୍ଠୀ ଆୟୋଜନ କରିଥିଲେ । ଏହାକୁ ବିରୋଧ କରି ଆଉ ଏକ ଗୋଷ୍ଠୀ ସେଠାରେ ପହଁଚି ଗଣ୍ଡଗୋଳ କରିଥିଲେ । ଏପରି କି ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଯାଏଁ କଥା ହୋଇଥିଲା । ସର୍ବସାଧାରଣରେ ଯୁବ ବାହିନୀର ଉଭୟ ପକ୍ଷର କର୍ମୀ ପରସ୍ପରକୁ ମାଡ ମଧ୍ୟ ମାରୁଥିବା ଦେଖିବାକୁ ମିଳିଥିଲା । 

ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି କର୍ମୀଙ୍କୁ ବୁଝାଇବା ସହ ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment