Home >
ବରଗଡ ଧନୁଯାତ୍ରା: ଆଜି ଦ୍ୱିତୀୟ ଦିନରେ ଜନ୍ମନେବେ ଶ୍ରୀକୃଷ୍ଣ
Khabar Odisha:art-and-culture-odisha-bargarh-dhanujatra-second-day
ବରଗଡ, ଜାନୁଆରୀ ୧୨(ଖବର ଓଡିଶା):

୭୦ତମ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆଜି ଦ୍ୱିତୀୟ ଦିନରେ ପହଂଚିଛି । ମୁକ୍ତକାଶ ରଙ୍ଗମଂଚରେ କଳାକାରମାନଙ୍କ ନିଖୁଣ କଳାକୃତି ପ୍ରଦର୍ଶିତ ହୋଇଥିବାବେଳେ ଆଜି  ରଂଗମହଲର ଉଦଘାଟନ ହେବ । 

ଏହି ଯାତ୍ରା ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କର ଭିଡ ବରଗଡରେ ଲାଗି ରହିଛି । ଦୀର୍ଘଦିନ ଧରି ଅପେକ୍ଷା କରିଥିବା ବରଗଡ ବାସିନ୍ଦା ଗତକାଲିଠାରୁ ଧନୁଯାତ୍ରାକୁ ମନଭରି ଉପଭୋଗ କରି ଚାଲିଛନ୍ତି ।  

ଦ୍ୱିତୀୟ ଦିନରେ କାରାଗାରରେ  ଶ୍ରୀକୃଷ୍ଣ ଜନ୍ମ, ଉଗ୍ରସେନ ଭେଟ, ବସୁଦେବଙ୍କ ଗୋପପୁର  ଯାତ୍ରା ଇତ୍ୟାଦି ଅଭିନୟ ହେବ । ପରାକ୍ରମୀ କଂସର ଅଟ୍ଟହାସ୍ୟରେ ମଥୁରା ନଗରୀ ଥରହର ହୋଇ ଉଠିବ । ଗତକାଲି ବସୁଦେବ –ଦେବକୀ ବିବାହ ସହ ସେମାନଙ୍କର କାରାବରଣ ଅନୁଷ୍ଠିତ ହୋଇଥିଲା । 

ଗତକାଲି ପ୍ରଥମ ଦିନରେ କଳାକାରଙ୍କ ସାଂସ୍କୃତିକ ଶୋଭାଯାତ୍ରା ପରେ ମା ସମଲେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରାଯାଇଥିଲା । ପରେ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରାର ଉଦଘାଟନୀ ଅନୁଷ୍ଠିତ ହୋଇଥିଲା । 

Subscribe

National International State Sports Entertainment