Home >
ନୀତିଶଙ୍କ ସହ ମେଣ୍ଟ ଅତୁଟ, ଏନଡିଏକୁ ସବୁ ୪୦ ସିଟରେ ମିଳିବ ବିଜୟ: ଶାହା
Khabar Odisha:alliance-in-bihar-with-jdu-will-be-continued-in-future-said-amit-shah
ନୂଆଦିଲ୍ଲୀ,ଜୁଲାଇ୧୨(ଖବର ଓଡ଼ିଶା):

ବିହାରରେ ଏନଡିଏ ମେଣ୍ଟରେ ସିଟ୍ ବଣ୍ଟନକୁ ନେଇ ଗୁରୁବାର ବିଜେପି ଅଧ୍ୟକ୍ଷ ଅମିତ୍ ଶାହା  ଓ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ପ୍ରାୟ ୪୫ ମିନିଟ୍ ପର୍ୟ୍ୟନ୍ତ ପରସ୍ପର ସାକ୍ଷାତ କରିଛନ୍ତି।  ପାଟନାରେ ହୋଇଥିବା ଏହି ବୈଠକ ପରେ  ଏକ ସଭାକୁ ସମ୍ଵୋଧିତ କରି  ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ଯେ ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ଅତୁଟ ରହିଛି ଏବଂ ଆଗାମୀ ସମୟରେ ଦୁଇ ପାର୍ଟି ଏକ ସଙ୍ଗେ ନିର୍ବାଚନ ଲଢିବେ। ଶାହା ଏହା ମଧ୍ୟ ଦୃଢତାର ସହ କହିଛନ୍ତି ଯେ ୨୦୧୯ ନିର୍ବାଚନ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ବିହାରରେ ସମସ୍ତ ୪୦ ସିଟରେ ବିଜୟ ମିଳିବ। 

ବିହାରର ଜ୍ଞାନ ଭବନରେ ଆୟୋଜିତ ସଭା ସମୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ଯେ ୨୦୧୯ ନିର୍ବାଚନରେ ବିଜେପି ମେଣ୍ଟକୁ ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବାର ଅଛି ଏବଂ ଏଥିପାଇଁ ବିହାରରେ ମହାମେଣ୍ଟକୁ ପୁରା ମନୋବଳ ସହିତ କାମ କରିବାକୁ ପଡ଼ିବ। ଶାହା କହିଛନ୍ତି ଯେ ବିହାରରେ ମହାମେଣ୍ଟକୁ ପରାଜୟର ସାମ୍ନା କରିବାକୁ ପଡ଼ିବ ଏବଂ ଏନଡିଏକୁ ସବୁ ୪୦ ସିଟରେ ବିଜୟ ମିଳିବ। 

ଜନତା କଂଗ୍ରେସକୁ ମାଗୁଛି ୪ ପିଢିର ହିସାବ

ଶାହା କଂଗ୍ରେସ ଉପରେ ଟାର୍ଗେଟ୍ କରି କହିଛନ୍ତି ଯେ ରାହୁଲ ବାବା ଆଜିକାଲି ବିଜେପିକୁ ପ୍ରଶ୍ନ କରୁଛନ୍ତି ମାତ୍ର ରାହୁଲ ବାବା ଆପଣଙ୍କୁ ପ୍ରଶ୍ନ କରିବାର ଅଧିକାର ନାହିଁ । ଜନତା ଆପଣଙ୍କୁ ୪ ପିଢିର ଜବାବ ମାଗୁଛି। ଜନତା ଜାଣିବାକୁ ଚାହୁଁଛନ୍ତି ଯେ ୫୫ ବର୍ଷର ଶାସନରେ ଆପଣ ଦେଶ ପାଇଁ କଣ କରିଛନ୍ତି। ଶାହା କହିଛନ୍ତି ଯେ କଂଗ୍ରେସ ସରକାର ସମୟରେ ଆତଙ୍କୀ ଆକ୍ରମଣ ହେଉଥିଲା ଏବଂ ଆମ ସରକାର ଅମଳରେ ଭାରତୀୟ ସୈନିକ  ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ନିପାତ କରୁଛନ୍ତି। 

ଜନତାଙ୍କୁ ଜବାବ ଦେବା ଆମର ଦାୟିତ୍ଵ 

ଶାହା କହିଛନ୍ତି ଯେ ଦେଶର ଜନତା ନରେନ୍ଦ୍ର ମୋଦୀ  ନେତୃତ୍ଵ ସରକାରଙ୍କୁ ଜବାବ ଦେଇଛନ୍ତି ଏବଂ ଆମର ଦାୟିତ୍ଵ ସେମାନଙ୍କୁ ଜବାବ ଦେବା। ବିହାର ଆମକୁ ଜନାଦେଶ ଦେଇଛନ୍ତି ଏବଂ ଆମେ ଏଠାକାର ଲୋକଙ୍କୁ ଜବାବ ଦେବାକୁ ଆସିଛୁ। ରାହୁଲ ବାବା ଶୁଣି ନିଅନ୍ତୁ ଆମେ ଜନତାଙ୍କୁ ୪ ପିଢିର ଜବାବ ଦେବାକୁ ଆସିଛୁ ଏବଂ ସେ ଏହାର ତୂଳନା ନିଜ ପାର୍ଟିର ଚାରି ପିଢିର ଶାସନ ସହିତ କରି ନିଅନ୍ତୁ। 

  • Tags:

Subscribe

National International State Sports Entertainment