Home >
ବୁଦ୍ଧଙ୍କ ଶାନ୍ତି ଆଗରେ ହାରିଲା ତାଲିବାନର ଧ୍ଵଂସଲୀଳା
Khabar Odisha:alliance-in-bihar-with-jdu-will-be-continued-in-future-said-amit-shah
ସିଙ୍ଗୋରା,ଜୁଲାଇ୧୨(ଖବର ଓଡ଼ିଶା):

ପାକିସ୍ତାନର ସ୍ଵାତରେ ଏକ ଚଟାଣରେ ଖୋଦେଇ ହୋଇଥିବା ବୁଦ୍ଧଙ୍କ ପ୍ରତିମାକୁ ୨୦୦୭ରେ ପାକିସ୍ତାନୀ ତାଲିବାନ ଭାଙ୍ଗି ଦେଇଥିଲେ। ଏବେ ଏହି ପ୍ରତୀମାକୁ ପୁଣି ଥରେ ସ୍ଥାପିତ କରାଯାଇଛି। ଏହି ପ୍ରତୀମା ଏବେ ସ୍ଵାତ ଘାଟିରେ ସହିଷ୍ଣୁତାର ଶକ୍ତିଶାଳୀ ପ୍ରତୀକ ରୂପେ ଆର୍ବିଭାବ ହୋଇଛି। 

୨୦୦୧ରେ ବାମିୟାନ ପରି ୨୦୦୭ରେ ମଧ୍ୟ ଏହି ପ୍ରତିମାକୁ ଡାଇନାମାଇଟ୍ ଲଗାଇ ଉଡାଇ ଦେବାକୁ ଚେଷ୍ଟା କରାଯାଇଥିଲା, ଏଥିରେ ପ୍ରତିମା ବହୁତ କ୍ଷତିଗ୍ରସ୍ତ ହୋଇଥିଲା। କିଛି ଲୋକଙ୍କ ନଜରରେ ଏହା ଏକ ବର୍ବରତାପୂର୍ଣ୍ଣ କାର୍ୟ୍ୟ ଥିଲା। କଠୋପନ୍ଥୀମାନେ ଏହି ଇଲାକାର ଐତିହାସିକ ସ୍ଥଳୀର ପରିଚୟ ଓ ସଂସ୍କୃତିକୁ ସମାପ୍ତ କରିବାକୁ ସମସ୍ତ ପନ୍ଥା ଅବଲମ୍ବନ କରିଥିଲେ। 

ସ୍ଵାତରେ ବୁଦ୍ଧିଜିମର ଏକ ବିଶେଷଜ୍ଞ ୭୯ ବର୍ଷୀୟ ପରବେଶ ସାହିନ କହିଛନ୍ତି ଯେ ମୋତେ ଲାଗିଲା ଯେ ଯେମିତି ମୋର ପିତାକୁ ସେମାନେ ହତ୍ୟା କରିଛନ୍ତି। ସେମାନେ ଆମର ସଂସ୍କୃତି ଓ ଆମର ଇତିହାସ ଉପରେ ଆକ୍ରମଣ କରିଛନ୍ତି। ସେଠାରେ ଏବେ ଇଟାଲୀର ସରକାର ଶତାଧିକ ପ୍ରତ୍ନତତ୍ଵ ମହତ୍ଵର ଜାଗାକୁ ସଂରକ୍ଷିତ କରିବାରେ ସାହାଯ୍ୟ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଆଶା ରଖିଛନ୍ତି ଯେ ଏହି ଜାଗାକୁ ମଧ୍ୟ ଇଟାଲୀ ସରକାରଙ୍କ ସାହାଯ୍ୟରେ ପୁଣି ଥରେ ପୁର୍ନଜୀବିତ କରି ଦିଆଯିବ। ଏହା ପରେ ଏଠାକୁ ପର୍ୟ୍ୟଟକଙ୍କ ଭିଡ଼ ଜମିବ ଏବଂ ପୁଣି ଥରେ ଏହି ଇଲାକାରେ ଖୁସିର ମାହୋଲ ଫେରି ଆସିବ। 

ପ୍ରାୟ ଏକ ଦଶକ ପୂର୍ବେ ଆତଙ୍କୀ ୨୦ ଫୁଟ୍ ଉଚ୍ଚତାର ଏହି ବୁଦ୍ଧ ମୂର୍ତ୍ତି ଉପରେ ଚଢି ତାରି ଉପରେ ବିସ୍ଫୋଟକ ରଖି ଦେଇଥିଲେ। ଏଥିରେ ପ୍ରତୀମାର କିଛି ଅଂଶ ନଷ୍ଟ ହୋଇ ଯାଇଥିଲା। ବିଶେଷ କରି ବୁଦ୍ଧଙ୍କ  ପ୍ରତୀମାର ଚେହେରା କ୍ଷତିଗ୍ରସ୍ତ ହୋଇଥିଲା। ସାହିନଙ୍କ ପାଇଁ ଏହି ପ୍ରତୀମା ଶାନ୍ତି, ପ୍ରେମ ଓ ଭାଇଚାରାର ପ୍ରତୀକ ଅଟେ। ସାହିନ କହିଛନ୍ତି ଆମେ କୌଣସି ବ୍ୟକ୍ତି କିମ୍ବା ଧର୍ମକୁ ଘୃଣା କରୁ ନାହୁଁ। ସ୍ଵାତରେ ରହୁଥିବା ଅନେକ ପରିବାର ଯେଉଁମାନେ ଇତିହାସ ବିଷୟରେ ଜାଣନ୍ତି ନାହିଁ ସେମାନେ ମଧ୍ୟ ୨୦୦୭ର ଏହି ଆକ୍ରମଣକୁ ପ୍ରଶଂସା କରିଥିଲେ ଏବଂ  ବୁଦ୍ଧଙ୍କ ପ୍ରତୀମାକୁ ଇସଲାମ ବିରୋଧୀ ଦର୍ଶାଇଥିଲେ। 

  • Tags:

Subscribe

National International State Sports Entertainment