Home >
ଆକ୍ସନ ମୋଡ଼ରେ ରାଜନାଥ: ମହିଳାଙ୍କୁ ମାଡ଼ ମାରିଥିବା ଏସଆଇଙ୍କ ପୁଅ ଗିରଫ
Khabar Odisha:accused-who-was-seen-beating-a-woman-in-a-viral-video-in-tilak-nagar-has-been-arrested
ନୂଆଦିଲ୍ଲୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ଦିଲ୍ଲୀର ତିଳକନଗରରେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯିବା ଭିଡ଼ିଓ ଭାଇରାଲ ହେବା ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକ ଦିଲ୍ଲୀ ପୋଲିସର ଜଣେ ସବ ଇନ୍ସିପେକ୍ଟରଙ୍କ ପୁଅ। ତାଙ୍କ ନାମ ରୋହିତ ତୋମର। ପୋଲିସ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି। 

ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯିବା ଭିଡିଓ ଏତେ ବିଚଳିତ କରିବା ଭଳି ଥିଲା ଯେ ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଆକ୍ସନ ମୋଡ଼କୁ ଆସିବାକୁ ପଡ଼ିଥିଲା। ଏହାକୁ ଗମ୍ଭୀରତାର ସହ ନେଇ ରାଜନାଥ ଟ୍ଵିଟ୍ କରି ଲେଖିଛନ୍ତି ଯେ ଜଣେ ଯୁବତୀଙ୍କୁ ଜଣେ ଯୁବକ ଦ୍ଵାରା ମାଡ଼ ମରାଯିବା ଭିଡିଓ ମୋ ପାଖକୁ ଆସିଛି। ରାଜନାଥ ଦିଲ୍ଲୀ ପୋଲିସ କମିଶନରଙ୍କୁ ଫୋନ କରି ଏହି ଘଟଣାରେ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ନେବାକୁ କହିଛନ୍ତି। 

କଣ ରହିଛି ଏହି ଭିଡ଼ିଓରେ

ଉଲ୍ଲେଖଯୋଗ୍ୟ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓଟି ଗୁରୁବାର ଭାଇରାଲ ହୋଇଥିଲା। ଏହା ପରେ ଯୁବକଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାରପିଟ୍ ମାମଲା ରୁଜୁ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକ କେବଳ ଯୁବତୀଙ୍କ ଚୁଟି ଧରି ଟାଣୁନଥିଲା ବରଂ ଲାତ ଓ ଗୋଇଠା ମଧ୍ୟ ମାରୁଥିଲା। ଏହି ପୂରା ଘଟଣାକୁ ଅନ୍ୟ କେହି ଜଣେ ରେକର୍ଡ କରି ନେଇଥିଲେ। ଅଭିଯୁକ୍ତ ଜଣକ ମହିଳାଙ୍କ ପେଟରେ ଏତେ ଜୋରରେ ଲାତ ମାରୁଥିଲେ ଯେ ମହିଳା ଜଣକ ଦୂରକୁ ଛିଟିକି ପଡ଼ୁଥିଲେ। 

ସାଙ୍ଗକୁ ଧମକାଇବା ପାଇଁ ପଠାଇଥିଲା ଏହି ଭିଡ଼ିଓ 

ଅଭିଯୁକ୍ତ ରୋହିତ ତୋମର ଦିଲ୍ଲୀର ରାମ ନଗର ବାସିନ୍ଦା। ସେ ଏହି ଭିଡ଼ିଓ ନିଜର ଏକ ମହିଳା ମିତ୍ରଙ୍କୁ ପଠାଇ ଧମକ ଦେଇ କହିଥିଲା ଯେ ଯଦି ତୁମେ ମୋର କଥା ନମାନ ତେବେ ତୁମର ମଧ୍ୟ ଏପରି ଅବସ୍ଥା ହେବ ଯେମିତି ଏହି ମହିଳାଜଣକର ହୋଇଛି। 

ପୀଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି ଯେ ଦେଢ ବର୍ଷର ସଂପର୍କ ପରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ଭାଙ୍ଗି ଯାଇଥିଲା।  କାରଣ ଅଭିଯୁକ୍ତ ଯୁବକ ମଦ ପିଇ ଗୁଣ୍ଡାଗର୍ଦ୍ଦି କରୁଥିଲା। ସେ ଯୁବତୀଙ୍କ ସହିତ ଗାଳି ଗୁଲଜ ମଧ୍ୟ କରୁଥିଲା। ଏବେ ଅଭିଯୁକ୍ତ ପୂରା ପରିବାରକୁ ହଇରାଣ କରୁଛି। 

  • Tags:

Subscribe

National International State Sports Entertainment