Home >
ଭିମସାର ନିର୍ଦ୍ଦେଶକଙ୍କୁ ବହିଷ୍କାର ଦାବି, ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଲା କନିଷ୍ଠ ଡ଼ାକ୍ତରୀ ଦଳ
Khabar Odisha:Vimsar-Issue
କଟକ, ଡିସେମ୍ବର୦୬(ଖବର ଓଡ଼ିଶା):

ସମ୍ବଲପୁର ବୁର୍ଲା ସ୍ଥିତ ଭିମସାର ମେଡିକାଲର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ପୂଜାହାରୀଙ୍କୁ ବହିଷ୍କାର ଦାବି ଜୋର ଧରିଛି। ଦୀର୍ଘଦିନ ଧରି ଆନ୍ଦୋଳନ କରି ଆସୁଥିବା କନିଷ୍ଠ ଡାକ୍ତର ସଂଘ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଇଛି। ନ ହେଲେ ସେମାନେ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।     

ଭିମସାରରେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ବହିଷ୍କାର କରିବା ଦାବୀ ନେଇ ଅନେକ ଦିନ ଧରି କନିଷ୍ଠ ଡ଼ାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିଲା। ଗୁରୁବାର ଏନେଇ ଭିମସାରର ଜୁନିୟର ଡ଼ାକ୍ତର ଆସୋସିଏସନ ପକ୍ଷରୁ କଟକରେ ଏସସିବି ଓ ବ୍ରହ୍ମପୁର ଏମକେସିଜି ମେଡକାଲର କନିଷ୍ଠ ଡ଼ାକ୍ତରଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବୈଠକରେ ୪୮ ଘଣ୍ଟା ମଧ୍ୟରେ ନିର୍ଦ୍ଦେଶକଙ୍କୁ ବହିଷ୍କାର କରିବା ପାଇଁ ସଂଘ ପକ୍ଷରୁ ସରକାରଙ୍କୁ ମହଲତ ଦିଆଯାଇଛି । ଏହାସହ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ସହ ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଏହି ମିଳିତ ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ଆନ୍ଦୋଳନରେ ଭିମସାରର କନିଷ୍ଠ ଡ଼ାକ୍ତରଙ୍କ ସହ ଏସସିବି, ଏମକେସିଜି ମେଡ଼ିକାଲ କଲେଜର କନିଷ୍ଠ ଡ଼ାକ୍ତରମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି।   

Subscribe

National International State Sports Entertainment