Home >
ଅଷ୍ଟ୍ରେଲିଆରେ ହାର୍ଦ୍ଦିକଙ୍କ ସ୍ଥାନରେ ଖେଳିବେ ବିଜୟ, ନ୍ୟୁଜିଲାଣ୍ଡ ଗସ୍ତରେ ଶୁଭମନଙ୍କୁ ସାମିଲ
Khabar Odisha:Vijay-Shankar-to-replace-Hardik-Pandya-in-Australia

ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): ତାମିଲନାଡୁ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସାମିଲ କରାଯାଇଛି । ଅଷ୍ଟ୍ରେଲିଆରେ ଜାରି ଥିବା ଦ୍ୱିପାକ୍ଷୀକ ଶୃଙ୍ଖଳାରେ ଭାରତୀୟ ଟିମରେ ବିଜୟ ଶଙ୍କରଙ୍କୁ ସାମିଲ କରାଯାଇଥିବା ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି । ସେହିଭଳି ପଂଜାବ ଓପନର ଶୁଭମନ ଗିଲ ଜାତୀୟ ଟିମରେ ଯୋଗ ଦେଉଛନ୍ତି । ଗିଲଙ୍କୁ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମରେ ସାମିଲ କରାଯାଇଛି । 

ପୂର୍ବରୁ କେ.ଏଲେ ରାହୁଲଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସ୍ଥାନ ମିଳିପାରେ ବୋଲି କୁହାଯାଉଥିଲା କିନ୍ତୁ ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ସାମିଲ କରାଯିବ ବୋଲି କୁହାଯାଉଥିଲା । ରଣଜୀ ଟ୍ରଫି ଏବଂ ଇଣ୍ଡିଆ-ଏ ଦଳରେ ଗିଲଙ୍କ ରେକର୍ଡ ଭଲ ଅଛି । 

ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପରେ କେ.ଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଘଟଣାର ତଦନ୍ତ ଶେଷ ହେବା ଯାଏଁ ଟିମରୁ ନିଲମ୍ବିତ ରହିବେ । ବିସିସିଆଇ ଦ୍ୱାରା ଶୁକ୍ରବାର ନିଲମ୍ବିତ ହେବା ପରେ ପାଣ୍ଡ୍ୟା ଏବଂ ରାହୁଲ ଭାରତକୁ ଫେରି ଆସିଛନ୍ତି । 

 

  • Tags:

Subscribe

National International State Sports Entertainment